ସଫଳ ହେଲା ଆନ୍ଦୋଳନ ପୁନରୁଦ୍ଧାର ହେଲା ପୋଖରୀ ପଙ୍କ

ବେଲପଡ଼ 15/06/2026ଗାଁ ପୋଖରୀର ପୁନଃଉଦ୍ଧାର ଦାବି ରେ ଦିନେ ବ୍ଲକ ଘେରିଲେ ଥିଲେ ଗ୍ରାମବାସୀ । ଜେଉ ପୋଖରୀର ପଙ୍କ ଉଦ୍ଧାର ପାଇଁ ଦିନେ ପ୍ରଚଣ୍ଡ ରୌଦ୍ରତାପରେ ଧାରଣା ଦେଇ ପ୍ରତିବାଦ ଦେଇଥିଲେ ଆଜି ପ୍ରତିବାଦ ର ଫଳ ମିଳିଛି । ହଁ ଦର୍ଶକ ବନ୍ଧୁ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଖଲିପଥର ଗାଁ ପୋଖରୀର ପୁନଃଉଦ୍ଧାର ଦାବିରେ ଦିନେ ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ ଯୁବା ଗ୍ରାମ ପଞ୍ଚାୟତ ଖଳିପଥର ଗ୍ରାମବାସୀ । ଗ୍ରାମବାସି ଓ ବେଲପଡା ବ୍ଲକ ପ୍ରଶାସନ ଙ୍କ ମଧ୍ୟ ରେ ବୁଝାମଣା ସହ ବିଡ଼ିଓ, ଅଧ୍ୟକ୍ଷ, ଇଓ ଙ୍କ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ କରିଥିଲେ । ହେଲେ ଖଲିପଥର ଗାଁ ପୋଖରୀ ଗୁଡ଼ିକ ଦୀର୍ଘଦିନରୁ ପଙ୍କ ଉଦ୍ଧାରକାମ ହୋଇନଥିବା ବେଳେ ଗ୍ରାମବାସୀ ବାରମ୍ବାର ସରପଞ୍ଚ ଙ୍କୁ ଅଭିଯୋଗ କରୁଥିଲେ । ହେଲେ କୌଣସି ସୁଫଳ ମିଳୁନଥିବାରୁ ଗ୍ରାମପଞ୍ଚାୟତ ଗ୍ରାମକୁ ବୈମାତୃକ ମନୋଭାବ ଦେଖାଉଥିବା ଅଭିଯୋଗ ହୋଇଥିଲା । Byte -1ତେବେ ଆନ୍ଦୋଳନ ର ଗୋଟିଏ ଦିନ ଭିତରେ ପୋଖରୀ ର ପୁନଃଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେ ଖଳିପଥର ଗ୍ରାମବାସୀ ବେଶ ଖୁସି ।Byte -2 ଗ୍ରାମବାସିଦିନକର ଧାରଣା ଆଜି ଖୁସି ଦେଇଛି ।ଗାଁ ପୋଖରୀ ରେ ମେସିନ ଲାଗି ପୋଖରୀ ର ପଙ୍କ ଉଦ୍ଧାର ଚାଲିଛି ।ଯେଉଁ ଯୁବ ଗୋଷ୍ଟି ପାଇଁ ଆଜି ପୋଖରୀ ର ପଙ୍କ ଉଦ୍ଧାର ଚାଲିଛି ।ସେହିଁ ଯୁବ ଗୋଷ୍ଟି ଙ୍କ ପାଇଁ ସମସ୍ତ ଙ୍କ ମୁହଁରେ ଆଜି ଯୁବ ଗୋଷ୍ଟି ଙ୍କ ପାଖକୁ ଧନ୍ୟବାଦ ର ସୁଅ ଛୁତୁଛି ।ଏଥି ସହ ଯୁବା ଗ୍ରାମ ପଞ୍ଚାୟତ ଖଳିପଥର ଗାଁ ର ସମସ୍ତ ସୁବିଧା ଗୁଡ଼ିକ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ଧନ୍ୟବାଦ ର ପାତ୍ର ସାଜୁଛନ୍ତି ବେଳପଡା ବ୍ଲକ ପ୍ରଶାସନ ବିଡିଓ, ଇଓ, ଓ ଉପାଧକ୍ଷ ।

Leave a Reply

Your email address will not be published. Required fields are marked *