ଆନନ୍ଦପୁର ଉପଖଣ୍ଡ ବନବିଭାଗ ଦ୍ଵାରା ୭୦ତମ ବନ୍ୟପ୍ରାଣୀ ସପ୍ତାହ ପାଳନ

** ଆନନ୍ଦପୁର ଉପଖଣ୍ଡ ବନ ବିଭାଗ ଦ୍ଵାରା ୭୦ ତମ ବନ୍ୟପ୍ରାଣୀ ସପ୍ତାହ ପାଳନହୋଇଯାଇଅଛି । ଏହି ବନ୍ୟପ୍ରାଣୀ ସପ୍ତାହ ପାଳନ ଏବଂ ବନ ସୁରକ୍ଷା କମିଟି ଗଠନ ଉତ୍ସବ ସ୍ଥାନୀୟ ବିଧାୟକ ଅଭିମନ୍ୟୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତିକ ରାମଚନ୍ଦ୍ର ନାୟକ, ଆନନ୍ଦପୁର ଉପଖଣ୍ଡ ବନ୍ୟପ୍ରାଣି ଅଧିକାରୀ ତଥା ଡି ଏଫ ଓ ଅଭୟ କୁମାର ଦଳେଇ, ଜିଲ୍ଲା ପରିଷଦ ଉପ ସଭାପତି ସୋମନାଥ ଦାସ,ଏମପି ରିପ୍ରେଜେଟୀଭି ଜ୍ଞାନ ରଞ୍ଜନ, ଏବଂ ଟୁକୁନା ମହନ୍ତ, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟା ଅସୀମା ମିଶ୍ର ଯୋଗ ଦେଇଥବାବେଳେ ସମ୍ପୂର୍ଣ୍ଣ ଉପଖଣ୍ଡରେ ସଚେତନ ସୃଷ୍ଟି କରିବା, ବନ୍ୟ ଜନ୍ତୁଙ୍କ ସୁରକ୍ଷା ଉପରେ ଅତିଥି ମାନେ ଅଭିଭାଷଣ ରଖିଥଲେ । ଆନନ୍ଦପୁର ବନବିଭାଗ ତରଫରୁ ବନ୍ୟପ୍ରାଣୀ ତଥା ହାତୀର ସୁରକ୍ଷା ନିମନ୍ତେ ଗାଡ଼ି ରେ ଡାକ ବାଜି ଯନ୍ତ୍ର ରେ ସଚେତନ କରାଯାଉଅଛି। ହାତୀର ପୁତ୍ତଳିକା କୁ ବୁଲାଇବା ସହ ଏଲଇଡି ମାଧ୍ୟମରେ ଲୋକ ମାନଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ସମ୍ବନ୍ଧ ରେ ସଚେତନତା ବାର୍ତ୍ତା ବାଣ୍ଟୁଛି ବନ ବିଭାଗ । ଅନେକ ସମୟରେ ହାତୀ ଓ ଭାଲୁ ଭଳି ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବା ବେଳେ ସେମାନଙ୍କର କ୍ଷତି ନକରି ତୁରନ୍ତ ବନବିଭାଗ କୁ ଖବର ଦେବାକୁ ଅନୁରୋଧ କରାଯାଉଛି। ଅନ୍ୟ ପକ୍ଷରେ ହାତୀ ମଣିଷ ଲଢେଇ କୁ କେଉଁଭଳି ପ୍ରତିହତ କରିହେବ ତାକୁ ନେଇ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଛି। କାର୍ଯ୍ୟକ୍ରମ ରେ ଆନନ୍ଦପୁର ବନ ବିଭାଗ ଅଧିକାରୀ ନବକିଶୋର ନାୟକ, ଦେଓଗାଁ ବନଖଣ୍ଡ ଅଧିକାରୀ ଉମାକାନ୍ତ ଦାସ, ବ୍ରlହ୍ମଣୀପାଳ ବନ ଅଧିକାରୀ ପ୍ରିୟଦର୍ଶନୀ ସାହୁ, ହଡଗଡ ବନ ଅଧିକାରୀ ମାର୍ସଲ କିସ୍କୁ ପ୍ରିୟ ପ୍ରିୟ ଦର୍ଶନୀ ଜେନା, ହଡଗଡ ସରପଞ୍ଚ ଶ୍ରୀ ଯୁକ୍ତ ନନ୍ଦୀ ଙ୍କ ସମେତ ଆନନ୍ଦପୁର ବନ ବିଭାଗର କର୍ମଚାରୀ ଓ ବନ୍ୟ ସୁରକ୍ଷା ସମିତି କର୍ମକର୍ତା ମାନେ ଉପସ୍ଥିତ ରହି ବନ୍ୟ ଜନ୍ତୁ ସୁରକ୍ଷା ସମ୍ପର୍କ ରେ ଆଲୋଚନା ରେ ସାମିଲ ହୋଇ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *