କାର ସହ ୭୨ କେଜି ଗଞ୍ଜେଇ ଜବତ

କାର ସହ ୭୨ କେଜି ଗଞ୍ଜେଇ ଜବତ ; ମହିଳା ଗିରଫଭଞ୍ଜନଗର,୨୯/୦୩ : ଭଞ୍ଜନଗର ଥାନା ଅଧୀନ ବୁଦୁଲି – ମୁଜାଗଡ଼ ମଧ୍ୟରେ ଗତକାଲି ରାତିରେ ଥାନା ଏସଆଇ ମୋହନ କହଁର ସଦଳବଳେ ପେଟ୍ରୋଲିଂ କରୁଥିବା ସମୟ ରେ ଏକ କାରରୁ ଗଞ୍ଜେଇ ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛନ୍ତି। ପେଟ୍ରୋଲିଂ ବେଳେ ମୁଜାଗଡ଼ ପଟୁ ଆସୁଥିବା ଏକ କାର ପୋଲିସ କୁ ଦେଖି ଅଟକି ଥିଲା। ସେଥିରୁ ଚାଳକ ଜଣଙ୍କ ଗାଡି ଛାଡି ପଳାଇଥିବା ବେଳେ ପୋଲିସ ସନ୍ଦେହ କରି ଗାଡି ଯାଞ୍ଚ କରିଥିଲା। ଗାଡି ରେ ଜଣେ ମହିଳା ବସିଥିବା ବେଳେ ତାଙ୍କ ନିକଟରୁ ୭୨ ରୁ ଉର୍ଦ୍ଧ୍ବ କେଜି ଗଞ୍ଜେଇ ପୋଲିସ ଜବତ କରିଥିଲା। ଏଥି ସହିତ ସମ୍ପୁକ୍ତ କାର କୁ ଜବତ କରିବା ସହ କେସ ନଂ ୩୨୦/୨୪ ରେ ମାମଲା ରୁଜୁ କରି ଅଭିଯୁକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ କୁମର ମୁଦୁଲି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *