ବିଶିଷ୍ଟ ପ୍ରାବନ୍ଧିକ, ସମାଜସେବୀ, ଗବେଷକ, ଐତିହାସିକ ଓ ବରିଷ୍ଠ ଆଇନଜୀବୀ ଜଗବନ୍ଧୁ ସିଂହଙ୍କ ୭୮ ତମ ଶ୍ରାଦ୍ଧ ବାର୍ଷିକୀ

ପୁରୀ:୨୪/୪: ବିଶିଷ୍ଟ ପ୍ରାବନ୍ଧିକ, ସମାଜସେବୀ, ଗବେଷକ, ଐତିହାସିକ ଓ ବରିଷ୍ଠ ଆଇନଜୀବୀ ଜଗବନ୍ଧୁ ସିଂହଙ୍କ ୭୮ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ଥାନୀୟ ୟୁଥ୍ ହଷ୍ଟେଲ ସଭାକକ୍ଷରେ ଏକ ବାର୍ଷିକ ସମାରୋହ ଅନୁଷ୍ଠାନ୍ ସଭାପତି ଶିବ ସୁନ୍ଦର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଉଦଘାଟକ ମାନ୍ୟବର ସାଂସଦ ରାଜ୍ୟସଭା ଶ୍ରୀଯୁକ୍ତ ଶୁଭାଶିଷ ଖୁଣ୍ଟିଆ, ମୁଖ୍ୟ ବକ୍ତା ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ମୁଖ୍ୟ ଅତିଥି ଡକ୍ଟର ସୈ।ଭାଗ୍ୟ କୁମାର ସାହୁ, ସମ୍ମାନନୀୟ ଅତିଥି ଶ୍ରୀଯୁକ୍ତ ଶରତ କୁମାର ରାୟଗୁରୁ ଏବଂ ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର। ଅତିଥି ମାନେ ଜଗବନ୍ଧୁ ସିଂହଙ୍କ ଅବଦାନ ଓ ଦେଶପ୍ରେମ ବିଷୟରେ ଆଲୋକପାତ କରିଥିଲେ। ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ସମ୍ପାଦକ ଅନାମ ସାହୁ । ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟିତ୍ରୀ ଆଶାଲତା ପ୍ରଧାନ। ଏକ ସ୍ମରଣିକାର ନୂତନ ସଂସ୍କରଣ ଅତିଥି ମାନେ ଲୋକାର୍ପଣ କରିଥିଲେ।ଏହି ଅବସରରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏହି ଆସରରେ ସଭାପତି ଥିଲେ ଡାକ୍ତର ପ୍ରମିଲ କୁମାର ନନ୍ଦ । କବିତା ସଂଯୋଜନା କରିଥିଲେ ଡକ୍ଟର ସୁଦୀପ୍ତା ମିଶ୍ର ଏବଂ ଆଇନଜୀବୀ କନକଲତା ଦାସ। ଅନନ୍ତ ପ୍ରଧାନ, ପ୍ରଭାକର ପ୍ରଧାନ, ବିପିନ ବିହାରୀ ଦଳାଇ, ଭାଗିରଥୀ ମହାନ୍ତି, ଯୋଗେଶ୍ଵର ନାୟକ, ସତ୍ୟଭାମା ନାୟକ, ରୋଜାଲିନ ପଣ୍ଡା, ପଣ୍ଡିତ ସଦାଶିବ ମିଶ୍ର, ଚାରୁଲତା ମିଶ୍ର, ରଶ୍ମି ବେହେରା, ମୀରା ମହାନ୍ତି, ଅର୍ଜୁନ ପରମଗୁରୁ, ତୃପ୍ତି ପଣ୍ଡା, କାଶୀନାଥ ଖୁଣ୍ଟିଆ, ଡକ୍ଟର ନୃସିଂହ ଚରଣ ସାହୁ ସ୍ୱରଚିତ କବିତା ପାଠ କରିଥିଲେ। ପୁରୀ ସହରର ବହୁ ସମାଜପ୍ରେମୀ ଏଥିରେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *