ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ।

ପୁରୀ ୨୪/୪ ପୁରୀ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ଆଜି ଅପରାହ୍ନ ରେ ଟାଉନହଲ ଠାରେ ଅନୁଷ୍ଠିତ ହୋଇଥିଲା।ପୁରୀ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆୟୋଜିତ ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ପଞ୍ଚାୟତରାଜ ବ୍ୟବସ୍ଥା ସାଧାରଣ ଲୋକ ମାନଙ୍କ ଆଶା ଭରସା ର ପ୍ରତୀକ। ଏହା ସାମ୍ବିଧାନିକ ଅଧିକାର ମଧ୍ୟ ବୋଲି କହିଥିଲେ।ରାସ୍ତା ଘାଟ ନିର୍ମାଣ, ଗମନାଗମନ, ସ୍ବାସ୍ଥ୍ୟ ସେବା,ଶିକ୍ଷା, ପାନୀୟ ଜଳ ଯୋଗାଣ ଇତ୍ୟାଦି ମୌଳିକ ଆବଶ୍ୟକତା କୁ ପୂରଣ ଦିଗରେ ପଞ୍ଚୟତିରାଜ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ।ଆମ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚୟତିରାଜ ବ୍ୟବସ୍ଥା ପ୍ରଚଳିତ।ପ୍ରତ୍ୟେକ ଙ୍କ ବିକାଶ ଓ ଉନ୍ନତି ପାଇଁ ଏହା କାର୍ଯ୍ୟ କରୁଛି ବୋଲି ଶ୍ରୀ ମହାନ୍ତି କହିବା ସହ ଅନ୍ତୋଦୟ ଗୃହ ଯୋଜନାର ହିତାଧିକାରୀ ମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଗୃହ ନିର୍ମାଣ କରି ପ୍ରୋତ୍ସାହନ ରାଶି ହାତେଇବାକୁ ଅନୁରୋଧ କରିଥିଲେ।

ପୁରୀ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିବାକର ପାତ୍ର ଯୋଗ ଦେଇ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ନେହା ଅରୁଗୁଳା ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ।ପରେ ଅତିଥି ମାନେ ଅନ୍ତୋଦୟ ଗୃହ ଯୋଜନା ର ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ଓ ଯୋଗ୍ୟ ହିତାଧିକାରୀ ଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ।ପୁରୀ ଜିଲ୍ଲାର ୧୮୫୨ ଜଣ ଙ୍କୁ ଅନ୍ତୋଦୟ ଗୃହ ଯୋଜନା ରେ ଆଜି କାର୍ଯ୍ୟାଦେଶ ବଣ୍ଟନ ର ବ୍ୟବସ୍ଥା ରହିଥିବା ବେଳେ ପୁରୀ ସଦର ବ୍ଲକ ର ୨୦୬ ଜଣ ଙ୍କୁ କାର୍ଯ୍ୟାଦେଶ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ଗୃହ ନିର୍ମାଣ କରିଥିବାରୁ ୫ ଜଣ ଙ୍କୁ ପ୍ରୋତ୍ସାହନ ଅର୍ଥ ପ୍ରଦାନ କରାଯାଇଥିଲା।ବଲାଙ୍ଗୀର ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ର ସିଧା ପ୍ରସାରଣ କରାଯାଇଥିଲା। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ପୁରୀ ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ବିତ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *