78 ତମ ସ୍ବାଧିନତା ଦିବସ ପାଳିତ

, ରାଇକିଆ, କନ୍ଧମାଳ, ତା 15/8/24 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବିଜୟ ହାଇସ୍କୁଲ ଖେଳ ପଡିଆ ଠାରେ ୭୮ ତମ ସ୍ଵାଧୀନତା ଦିବସ ପାଳିତ ହୋଇ ଯାଇଅଛି। ଆଜିର କାର୍ଯ୍ୟକ୍ରମ ରେ କନ୍ଧମାଳ ସାଂସଦ ଶ୍ରୀ ଯୁକ୍ତ ଶୁକାନ୍ତ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ପ୍ୟାରେଡ ରେ ଅଂଶ ଗ୍ରହଣ କରିଥିଲେ।

ସାଂସଦ ଡାକ୍ତରଖାନା ଓ ମାଆ ଗୃହ ଠାରେ ବିଭିନ୍ନ ରୋଗୀ ଙ୍କୁଦେଖା କରି ଫଳ ପ୍ରଦାନ କରିବା ସହିତ ରୋଗୀ ଙ୍କ ର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ.।ଆଜିର ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ରାଇକିଆ ବିଡିଓ ସୀମାଞ୍ଚଳ ମଣ୍ଡଳ, ବ୍ଲକ ଅଧ୍ୟକ୍ଷ ପ୍ରୀତମ ଚନ୍ଦ୍ର ପ୍ରଧାନ, ରାଇକିଆ ଥାନା ଭାରପ୍ରାପ୍ତ ଅଧିକାରୀ ଆଶୁତୋଷ ପାଇକରୟ , ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ, ବେରେଡାକିଆ ସରପଞ୍ଚ ଅକ୍ଷୟ ପ୍ରଧାନ ଙ୍କ ସହିତ ବିଭିନ୍ନ ଅନୁଷ୍ଠାନ ର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଵା ବେଳେ ବିଭିନ୍ନ ଅନୁଷ୍ଠାନ ର ବ୍ଲକ ଟପ୍ପର ହୋଇଥିବା କୃତି ଛାତ୍ର ଛାତ୍ରୀ ଙ୍କୁ ସାଂସଦ ଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମ କୁ ରାଇକିଆ ଆୟୋଜକ କମିଟି ଦ୍ୱାରା ଅନୁଷ୍ଠିତ କରାଯାଇଥିବା ବେଳେ କାର୍ଯ୍ୟକ୍ରମ କୁ ମୋଶେଷ ଦିଗଲ, ଜୟାନନ୍ଦ ନାୟକ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *