ଜନ ଶିକ୍ଷଣ ସଂସ୍ଥାନ,ପୁରୀ ପକ୍ଷରୁ ଅଶି ତମ ସ୍ୱାଧୀନତା ଦିବସ ପାଳିତ

ଜନ ଶିକ୍ଷଣ ସଂସ୍ଥାନ,ପୁରୀ ପକ୍ଷରୁ ଅଶି ତମ ସ୍ୱାଧୀନତା ଦିବସ ପାଳିତ

ଜନ ଶିକ୍ଷଣ ସଂସ୍ଥାନ,ପୁରୀ ପକ୍ଷରୁ ଅଶି ତମ ସ୍ୱାଧୀନତା ଦିବସ ଏହାର କାର୍ଯ୍ୟାଳୟ ପରିସରରେ ପାଳିତ ହଇଯାଇଛି। ସର୍ବ ପ୍ରଥମେ ସଂସ୍ଥାନର ଶହେ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ତ୍ରିରଙ୍ଗା ପତାକା ହାତରେ ଧରି ଜାତୀୟତା ବାଦି ନାରା ପରିବେଷଣ ପୂର୍ବକ ଏକ ସାମୁହିକ ରାଲି ଜନ ଶିକ୍ଷଣ ସଂସ୍ଥାନ କାର୍ଯ୍ୟାଳୟ ରୁ ବାହାରି ଷ୍ଟେସନ ରୋଡ ସାର୍ବୋଦୟନଗର ଦେଇ ଜନ ଶିକ୍ଷଣ ସଂସ୍ଥାନ କାର୍ଯ୍ୟାଳୟ ରେ ଉପସ୍ଥିତ ହୋଇଥିଲେ। ତତ୍ପରେ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଶ୍ରୀଯୁକ୍ତ ଜ୍ଞାନ ବିକାଶ ଗଜେନ୍ଦ୍ର, ନିର୍ଦ୍ଦେଶକ ଜନ ଶିକ୍ଷଣ ସଂସ୍ଥାନ ପୁରୀ, ସମ୍ମାନିତ ଅତିଥି ଏମ୍ ଡି ମାପଲ୍ କମ୍ପ୍ୟୁଟର ଶ୍ରୀଯୁକ୍ତ ଅନିଲ କୁମାର ଚୌଧୁରୀ, ଶ୍ରୀଯୁକ୍ତ ସମୀର ହରିଚନ୍ଦନ, ସଂସ୍ଥାନ ର ସମସ୍ତ କର୍ମଚାରୀ ଏବଂ ପ୍ରସିକ୍ଷାତ୍ରୀ ଙ୍କ ଉପସ୍ଥିତି ରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଅଶୋକ କୁମାର ମିଶ୍ର ମହୋଦୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଏତତ୍ ସହିତ ସାମୂହିକ ଭାବେ ବନ୍ଦେ ମାତରମ୍ ଏବଂ ଜାତୀୟ ସଙ୍ଗୀତ ଗାନ କରାଯିବା ସହିତ ଜାତୀୟତା ବାଦୀ ଏବଂ ତିରଙ୍ଗା ନାରା ରେ କାର୍ଯ୍ୟାଳୟ ଗୁଞ୍ଜି ଉଠିଥିଲା। ସ୍ୱାଧୀନତା ର ୮୦ ବର୍ଷ ପୂର୍ତ୍ତି ଅବସରରେ ତଥା ବନ୍ଦେ ମାତରମ୍ ୧୫୦ ବର୍ଷ ପୂରଣ ଅବସରରେ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ବିକଶିତ ଭାରତ ଗଠନ ରେ ଯୁବ ପିଢ଼ି ଙ୍କ କର୍ତ୍ତବ୍ୟ ତଥା ସେମାନଙ୍କ ଦକ୍ଷତା ଉପରେ ଆଲୋକପାତ କରାଯାଇଥିଲା। ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଚୌଧୁରୀ ମହୋଦୟ କାର୍ଯ୍ୟକ୍ରମରେ ଯୋଗ ଦେଇ ପିଲାମାନଙ୍କ ପାଇଁ ଏଡଭାନ୍ସ ଟେଲର ମେସିନ୍ ପ୍ରଶିକ୍ଷଣ ସୁବିଧା ଏବଂ ନିଯୁକ୍ତି ଉପରେ ବକ୍ତବ୍ୟ ରଖିଥିଲେ। ସଂସ୍ଥାନ ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଗଜେନ୍ଦ୍ର ମହୋଦୟ ଛାତ୍ର ଛାତ୍ରୀ ମାନେ ଓଡ଼ିଶା ବାହାରକୁ ଯାଇ ଶିଖିଥିବା କୌଶଳ କୁ କାର୍ଯ୍ୟରେ ନିୟୋଜିତ କରି କିଭଳି ଅଧିକ ରୁ ଅଧିକ ରୋଜଗାର କ୍ଷମ ହୋଇପାରିବେ ଏବଂ ବାହ୍ୟ କ୍ଷେତ୍ରର ଅନୁଭୂତି ନେଇ ପାରିବେ ସେଇ ବିଷୟରେ ଆଲୋକପାତ କରିଥିଲେ ।
ଏହି ବୈଠକରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଅଶୋକ କୁମାର ମିଶ୍ର କିଭଳି ଦକ୍ଷତା ବଳରେ କୁଟୀର ଶିଳ୍ପ ଅଧିକ ବିକାଶ ତଥା ଲୋକାଲ୍ ଫର୍ ଭୋକାଲ୍ ଉପରେ ଗୁରୁତ୍ୱାରୋପ କରିବା ସହିତ ଏକ ଆତ୍ମନିର୍ଭରଶୀଳ ଭାରତ ଉପରେ ପ୍ରାଧାନ୍ୟ ଦେଇଥିଲେ। ଏହି କାର୍ଯ୍ୟକ୍ରମ ର ଶେଷ ପର୍ଯ୍ୟାୟରେ ବିଗତ ବର୍ଷ ର ଟେଲର ଏବଂ ପାର୍ଲର ପ୍ରଶିକ୍ଷାର୍ଥୀମାନଙ୍କୁ ସମସ୍ତ ଅତିଥି ମାନଙ୍କ କରକମଳରେ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂସ୍ଥାନ ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ଶଶୀ ଭୂଷଣ ଦତ୍ତ, ସହ କାର୍ଯ୍ୟକ୍ରମ ଅଧିକାରିଣୀ ନିକି ପ୍ରଧାନ, କାର୍ଯ୍ୟକ୍ରମ ସଂଯୋଜିକା ଶ୍ରୀମତୀ ଜୀବନଜିତା ଦାସ, କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀଯୁକ୍ତ ଆଶିସ କୁମାର ମହାନ୍ତି ଏବଂ କମ୍ପ୍ୟୁଟର ପରିଚାଳକ ଶ୍ରୀଯୁକ୍ତ ପ୍ରସାଦ ଦ୍ୱିବେଦୀ କାର୍ଯ୍ୟକ୍ରମ କୁ ସୁଚାରୁପେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *