ପ୍ରଦର୍ଶନୀ କ୍ରିକେଟ ମ୍ୟାଚରେ ଜିଲ୍ଲା ପ୍ରଶାସନ ବିଜୟୀ
।
ପୁରୀ ୧୫/୮ ପୁରୀ ଜିଲ୍ଲା ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ଅବସରର ଏକ ପ୍ରଦର୍ଶନୀ କ୍ରିକେଟ ମ୍ୟାଚ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ଆଜି ଅପରାହ୍ନ ରେ ଅନୁଷ୍ଠିତ ହୋଇଥିଲା।ପ୍ରଶାସନ ଏକାଦଶ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚ ରେ ପ୍ରଥମେ ବ୍ୟାଟିଂ କରି ଜିଲ୍ଲା ପ୍ରଶାସନ ଏକାଦଶ ୭୫ ରନ କରିଥିବା ବେଳେ ଗଣମାଧ୍ୟମ ଏକାଦଶ ସମାନ ସଂଖ୍ୟକ ଓଭରରେ ୮ ୱ୍ବିକେଟ ହରାଇ ୭୦ ରନ କରି ପାରିଥିଲେ। ପ୍ରଶାସନ ଏକାଦଶ ପକ୍ଷରୁ ନୀଳମାଧବ ମାଝୀ ଓ କେଶବ ରାଓ ୧୩ ରନ ଲେଖାଏଁ କରିଥିବା ବେଳେ ଗଣମାଧ୍ୟମ ଏକାଦଶ ର ଅଧିନାୟକ ଅକ୍ଷୟ ମିଶ୍ର ୩୩ ରନ କରିଥିଲେ।ଗଣମାଧ୍ୟମ ଏକାଦଶ ର ଶିବ ଦାସ ୫ ଟି ଉଇକେଟ ବେଷ୍ଟ ବୋଲର ବିବେଚିତ ହୋଇଥିବା ବେଳେ ପ୍ରଶାସନ ଏକାଦଶ ର କେଶବ ରାଓ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଟ୍ରଫି ପ୍ରଦାନ କରିଥିଲେ।ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ବିଜେତା ଟ୍ରଫି ଓ ଗଣମାଧ୍ୟମ ଏକାଦଶ ପକ୍ଷରୁ ଅକ୍ଷୟ ମିଶ୍ର ରନର୍ସ ଅପ ଟ୍ରଫି ଗ୍ରହଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ
ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସୁଶାନ୍ତ କୁମାର ପତି,ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା,ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ରାଜୀବ କୁମାର ବେହେରା, ଉପଜିଲ୍ଲାପାଳ ରାଜ କିଶୋର ଜେନା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ,କ୍ରୀଡା ସଂସଦର ପୂର୍ବତନ ସମ୍ପାଦକ ରବି ନାରାୟଣ ପ୍ରତିହାରୀ, ଅନ୍ୟାନ୍ୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
