ଜି-୭ ଶିଖର ସମ୍ମିଳନୀ ନେଇ ଚାଇନା କ୍ରୋଧିତ: ଜାପାନ ରାଷ୍ଟ୍ରଦୂତଙ୍କୁ ଜବାବ ତଲବ, ବଦନାମ ଅଭିଯୋଗ

ବେଜିଂ,୨୨।୫ : ଜି-୭ ଶିଖର ସମ୍ମିଳନୀରେ ଚାଇନା କ୍ରୋଧିତ ହୋଇ ଜାପାନ ରାଷ୍ଟ୍ରଦୂତଙ୍କୁ ଜବାବ ତଲବ କରିଛି। ଏହା ସହିତ ବଦନାମ ଅଭିଯୋଗ ମଧ୍ୟ କରିଛି। ବେଜିଂ ବୈଦେଶିକ ମନ୍ତ୍ରଣାଳୟର ବିବୃତ୍ତିରେ କୁହାଯାଇଛି ଚାଇନା ଉପ ବୈଦେଶିକ ମନ୍ତ୍ରୀ ସନ ୱିଡୋଙ୍ଗ ଜାପାନର ରାଷ୍ଟ୍ରଦୂତଙ୍କୁ ଡକାଇ ଜି-୭ ଶିଖର ସମ୍ମିଳନୀ ସମ୍ବନ୍ଧୀୟ ପ୍ରସଙ୍ଗକୁ ବିରୋଧ କରିବାକୁ ଡକାଇଛନ୍ତି।

ଚାଇନା ଉପ-ବୈଦେଶିକ ମନ୍ତ୍ରୀ କହିଛନ୍ତି ଜି-୭ ଶିଖର ସମ୍ମିଳନୀରେ ଚାଇନାକୁ ବଦନାମ ତଥା ଟାର୍ଗେଟ କରିବା ପାଇଁ ଜାପାନ ଅନ୍ୟ ଦେଶମାନଙ୍କ ସହ ସହଯୋଗ କରିଛି। ଚାଇନାର ଆଭ୍ୟନ୍ତରୀଣ ବ୍ୟାପାରରେ ସମ୍ପୂର୍ଣ୍ଣ ହସ୍ତକ୍ଷେପ କରାଯାଇଛି। ୧୯୭୨ ସିନୋ-ଜାପାନର ମିଳିତ ବିବୃତ୍ତି ବିଷୟରେ ସେ କହିଛନ୍ତି, ଜାପାନ ଅନ୍ତର୍ଜାତୀୟ ଆଇନର ମୌଳିକ ନୀତି ଏବଂ ଚାଇନା ତଥା ଜାପାନ ମଧ୍ୟରେ ଚାରୋଟି ରାଜନୈତିକ ଦଲିଲର ସ୍ଥିତିକୁ ଉଲ୍ଲଂଘନ କରିଛି।
ସେ କହିଛନ୍ତି ଜାପାନର କାର୍ଯ୍ୟକଳାପ ଚାଇନାର ସାର୍ବଭୌମତ୍ୱ, ସୁରକ୍ଷା ଏବଂ ବିକାଶ ସ୍ବାର୍ଥ ପାଇଁ କ୍ଷତିକାରକ। ଏହାକୁ ଚାଇନା ଦୃଢ଼ ବିରୋଧ କରୁଛି। ସନ କହିଛନ୍ତି ଜାପାନ ଚାଇନା ବିଷୟରେ ବୁଝିବାରେ ଉନ୍ନତି ଆଣିବା ସହ ରଣନୈତିକ ସ୍ବାଧୀନତା ହାସଲ କରିବା ଉଚିତ।

Leave a Reply

Your email address will not be published. Required fields are marked *