ଶତାୟୁ ମହିଳାଙ୍କ ପରଲୋକ

ଡେଲାଙ୍ଗ,୨୯/୫- ଡେଲାଙ୍ଗ ବ୍ଲକର ବରିଷ୍ଠ ସାମ୍ବାଦିକ ବିଜୟ ମିଶ୍ରଙ୍କ ମା ତଥା ସାମ୍ବାଦିକା ଅନିମାଞ୍ଜଳି ମିଶ୍ରଙ୍କ ଗୋସେଇଁ ଶାଶୁ ପାର୍ବତୀ ମିଶ୍ର(୧୦୪)ଙ୍କର ସୋମବାର ସକାଳେ ତାଙ୍କ ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କର ଏହି ମୃତ୍ୟୁ ଖବର ସମଗ୍ର ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।ସ୍ବର୍ଗତ ଶତାୟୁ ମହିଳା ଜଣେ ଧର୍ମ ପରାୟଣା, ପରୋପକାରୀ,ଦୟାଳୁ, ସମାଜସେବୀ ତଥା ଶାନ୍ତ ଓ ସରଳ ପ୍ରକୃତିର ବ୍ୟକ୍ତିତ୍ଵ ଥିଲେ। ଏହି ଶତାୟୁ ମହିଳାଙ୍କ ଶେଷକୃତ୍ୟ ତାଙ୍କ ପାଟପୁରସ୍ଥିତ ଗ୍ରାମ ଶ୍ମଶାନରେ ଶେଷ ହୋଇଥିବାବେଳେ ସାତ ପୁଅ ମଧ୍ୟରୁ ଜ୍ୟେଷ୍ଠ ପୁତ୍ର ଶଙ୍କର୍ଷଣ ମିଶ୍ର ମୁଖାଗ୍ନି ଦେଇଥିବା ଜଣାପଡିଛି।ଏହି ଶତାୟୁ ମହିଳାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ମାନ୍ୟଗନ ବ୍ୟକ୍ତି ବିଶେଷ, ବନ୍ଧୁ ପଡୋଶୀ ଗ୍ରାମବାସୀ ତାଙ୍କ ବାସଭବନରେ ପହଂଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *