ସପ୍ତାହବ୍ୟାପୀ ଦ୍ବାରଦେଶ ଅଭିଯାନ ଶେଷ

ନୟାଗଡ଼,୨୯/୫:- ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ ତରଫରୁ ଦିବ୍ୟାଙ୍ଗଙ୍କ ପାଇଁ ସପ୍ତାହବ୍ୟାପୀ ଦ୍ବାରଦେଶ ଅଭିଯାନ ଆଜି ଶେଷ ହୋଇଛି।
ଏହି ଅଭିଯାନ ଚଳିତ ମାସ ୨୨ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସଦର ମହକୁମା ସମେତ ସମସ୍ତ ତାଲୁକରେ ଏହି ଅଭିଯାନ ଜାରି ରହିଥିଲା । ଏହି ଅଭିଯାନରେ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ବ ଦରଖାସ୍ତ ଗ୍ରହଣ କରାଯାଇ ତତ୍ ସମ୍ପର୍କିତ ପଦକ୍ଷେପ ଗ୍ରହଣ କରାଯାଉଥିବା ପ୍ରାଧିକରଣ ପକ୍ଷରୁ ଜଣାପଡିଛି। ଆଜି ଅନ୍ତିମ ଦିବସ ରେ ୯ଜଣ ଦିବ୍ୟାଙ୍ଗଙ୍କ ମଧ୍ୟରେ ୫ଜଣଙ୍କୁ ଟ୍ରାଇ ସାଇକେଲ, ୩ଜଣଙ୍କୁ ଶ୍ରବଣ ଯନ୍ତ୍ର ଏବଂ ଜଣକୁ ଆଶା ବାଡ଼ି ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଵିଶେଷ କୁମାର ସାହୁ, ସଦସ୍ୟ ମହମ୍ମଦ ଓମାର ମଲ୍ଲିକ,ଜିଲା ସାମାଜିକ ନିରାପତ୍ତା ଅଧିକାରୀ ଆଦିପତି କଅଁର,ପ୍ରାଧିକରଣ ଓକିଲ ରମେଶ ଚନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରାଧିକରଣ ପକ୍ଷରୁ ସ୍ବେଚ୍ଛାସେବୀ ପ୍ରଫୁଲ୍ଲ କୁମାର ବେହେରା,ମମତାବେହେରା,ଶୁଭସ୍ମିତା ମିଶ୍ର,ପ୍ରମୋଦ କୁମାର ମହାନ୍ତି,ମାନସ ରଞ୍ଜନ ବଲବନ୍ତରାୟ,ଅକ୍ଷୟ କୁମାର ପ୍ରଧାନ,ଲିପ୍ସା ଦାଶ,ସୋନାଲିକା ପଟ୍ଟନାୟକ ପ୍ରମୁଖ ଦିବ୍ୟାଙ୍ଗ ମାନଙ୍କ ଦ୍ବାରଦେଶରେ ପହଞ୍ଚି ତାଙ୍କର ସମସ୍ତ ସମସ୍ୟା, ସୁବିଧା- ଅସୁବିଧା ଏବଂ ଅବଶ୍ୟକତା ଆଦି ପଚାରି ବୁଝିଥିଲେ। ସେହି ସମସ୍ୟା ଗୁଡ଼ିକୁ ଉପଯୁକ୍ତ ଅଧିକାରୀ ମାନଙ୍କ ଦୃଷ୍ଟିକୁ ଆଣି ତାହାର ତୁରନ୍ତ ସମାଧାନ ତଥା ସୁବିଧା ଯୋଗାଇ ଦେବା ନିମନ୍ତେ ପଦକ୍ଷେପ ନିଆଯାଇଥିଲା।

Leave a Reply

Your email address will not be published. Required fields are marked *