ପୁରୀ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ସମ୍ବର୍ଦ୍ଧିତ
ତା ୧୧/୦୭/୨୩- ଆଜି ପୁରୀ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ,ପୁରୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ Association Of Twitter Activists ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଶ୍ରୀ ପଟ୍ଟନାୟକ ୨୦୨୩ ଅକ୍ଟୋବର ମାସରେ ପୁରୀର RTO ଭାବେ ଦାୟୀତ୍ବ ଗ୍ରହଣ କରିଥିଲେ। ପୁରୀ ବସ୍ ଷ୍ଟାଣ୍ଡ ନବୀକରଣ ପ୍ରକ୍ରିୟା ସହ ଚଳିତ ବର୍ଷ ରଥଯାତ୍ରା ସମୟରେ ଅଧିକ ଭଡ଼ା ଆଦାୟ କରୁଥିବା ଯାତ୍ରୀବାହୀ ଗାଡ଼ି ମାନଙ୍କ ଠାରୁ ଜୋରିମାନା ଆଦାୟ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦ୍ଵାରା ଭକ୍ତ ଓ ଯାତ୍ରୀ ମାନେ ବହୁ ମାତ୍ରାରେ ଶୋଷଣ ମୁକ୍ତ ହୋଇପାରିଥିଲେ। ଆଜି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଦ୍ଵାରା ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଗକୁ ରାଜ୍ୟ ସରକାରଙ୍କ ପ୍ରଚଳିତ ନିୟମ ଅନୁସାରେ ଆହୁରି ଚେକିଂ କଡାକଡି ସହ, ଅମାନିଆ ଗାଡ଼ି ଚାଳକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥାକୁ ଆହୁରି ଉନ୍ନତ ଧରଣର କରାଯିବ ବୋଲି କହିଛନ୍ତି ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକ। ଏହା ସହିତ ତୃଣମୂଳ ସ୍ତରରେ ସଡକ ସୁରକ୍ଷା ପାଇଁ ବ୍ୟାପକ ସଚେତନତା ଅଭିଯାନ ସୃଷ୍ଟି କରାଯିବ।
