ଶିମିଳିପାଳ ସ୍ପେଶାଲ ସ୍କ୍ୱାର୍ଡକୁ ଲଗାତାର ସଫଳତା

– ଶିକାରୀଙ୍କ କବଜାରେ ଜାତୀୟ ଉଦ୍ୟାନ ଶିମିଳିପାଳ।ଶିକାରୀଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତୀ ପାରୁନି ବନ୍ୟପ୍ରାଣୀ।ବିପଦରେ ବନ୍ୟପ୍ରାଣୀଙ୍କ ଜୀବନ। ତେବେ କେବଳ ବନ୍ୟପ୍ରାଣୀ ନୁହଁ ବନକର୍ମଚାରୀ ମଧ୍ୟ ଶିକାରୀ ବନ୍ଧୁକ ଗୁଳିର ଶିକାର ହେଉଛନ୍ତି। ଆଉ ଏହାର ନିୟନ୍ତ୍ରଣ ପାଇଁ ବନବିଭାଗ ଓ ପୋଲିସର ମିଳିତ ପେଟ୍ରୋଲିଂ ଆରମ୍ଭ ହୋଇଛି। ଏହି ଯୋଜନା ସଫଳ ହେବା ସହିତ ସଫଳତା ମଧ୍ୟ ମିଳିବା ସାଙ୍ଗକୁ ବନ୍ୟପ୍ରାଣୀ ଏବେ କିଛିକାଂଶରେ ଆଶ୍ୱସ୍ତ ହୋଇଥିବା ଜଣାପଡିଛି।ମିଳିତ ପେଟ୍ରୋଲିଂର ସୁଫଳ ଏବେ ସାମ୍ନାକୁ ଆସିଛି। ଲଗାତର ଭାବେ ଶିମିଳିପାଳ କମ୍ବିଂ ଅପରେସନରେ ପୋଲିସକୁ ବଡ ସଫଳତା। ଗତକାଲି ପରେ ଆଜି ପୁଣି ୨ଟି ପୃଥକ ଅପରେସନରେ ମୟୂରଭଞ୍ଜ ପୋଲିସର ସ୍ପେସାଲ ସ୍କ୍ୱାର୍ଡ ହାତରେ ଲାଗିଛି ୮ଟି ବେଆଇନ ଦେଶୀବନ୍ଧୁକ। ୮ଟି ଦେଶିବନ୍ଧୁକ ଜବତ ସହ ୩ଜଣ ସନ୍ଦିଗ୍ଧ ଶିକାରୀ ଗିରଫ ହୋଇଥିବା ଜଣାପଡ଼ିଛି। ୧୫ତାରିଖ ଭୋର ୩ଟା ବେଳେ ଶିମିଳିପାଳ ସଂଲଗ୍ନ ବଡସାହି ଥାନା ଅଧିନସ୍ଥ ରେଣ୍ଟାସାହି, ଯଦୁନାଥପୁର, ଚନ୍ଦନଚତୁରୀ, ଚମ୍ପାଗଡ, ହାତୀକୋଟ୍ ଅଞ୍ଚଳରେ ମିଳିତ ଚଢାଉ କରି ୩ଟି ବେଆଇନ ଦେଶୀ ବନ୍ଧୁକ ଜବତ ହୋଇଛି। ଗିରଫ ହୋଇଥିବା ଶିକାରୀମାନେ ହେଲେ ୧.ମହେନ୍ଦ୍ର ସିଂ , ୨.ଶ୍ୟାମସୁନ୍ଦର ସିଂ ଓ ୩.ମଦନ ସିଂ । ଏମାନେ ସମସ୍ତେ ବଡସାହି ଥାନାର ହାତୀକୋଟ ଗାଁର ବୋଲି ଜଣା ପଡିଛି। ଅନ୍ୟଏକ ସର୍ଚ୍ଚ ଆପରେସନରେ ଖୁଣ୍ଟା ଥାନା ଅନ୍ତର୍ଗତ ବହଳଦା ଜଙ୍ଗଲରେ ଅଜଣା ଶିକାରୀ ଲୁଚାଇଥିବା ୫ଟି ଦେଶୀ ବନ୍ଧୁକ ଜବତ ହୋଇଛି। ଆଜି ପୂର୍ବାଞ୍ଚଳ ଆଇ.ଜି. ବାରିପଦା ଜିଲ୍ଲା ପୋଲିସ ଅଫିସରେ ଏକ ସମ୍ବାଦିକ ସମ୍ମିଳନୀରେ ଏନେଇ ସମସ୍ତ ସୂଚନା ଦେଇଛନ୍ତି।

Reporter-Ghasiram Behera

Leave a Reply

Your email address will not be published. Required fields are marked *