ସାଇ ଶୁଭମଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର

ସାଇ ଶୁଭମଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର: ୪୮ ୟୁନିଟ୍‌ ରକ୍ତ ସଂଗ୍ରହନୟାଗଡ଼:ଆଜି କାଲି ର ଯୁବ ପୀଢ଼ି ନିଜର ଜନ୍ମଦିନକୁ ଆଧୁନିକ ଚାକଚକ୍ୟ ର ଆଡମ୍ୱର ପୂର୍ଣ୍ଣ ଭାବେ ପାଳନ କରୁଥିବା ବେଳେ କିନ୍ତୁ ସାଇ ଶୁଭମ୍ ଏଇ ସବୁ ର ଉର୍ଦ୍ଧ୍ବ ରେ ରହି ଆଗାମୀ ଭବିଷ୍ୟତ,ପରିବେଶ କୁ ଦୃଷ୍ଟି ରଖି ନିଜ ଜନ୍ମଦିନରେ ସାଥୀ ମନ ଙ୍କ ସହ ରାଜ୍ୟରେ ରକ୍ତ ଅଭାବ ଦୂର ନିମନ୍ତେ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିର ର ଆୟୋଜନ କରିଛନ୍ତି। ଏହି ପ୍ରରିପେକ୍ଷୀରେ ବ୍ରଜେନ୍ଦ୍ର ହାଇ ସ୍କୁଲ ପରିସରରେ ଆଜି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇଟାମାଟିର ଯୁବ ସମାଜ ସେବି ସାଇ ଶୁଭମ ତାଙ୍କ ଜନ୍ମଦିବସ ଅବସରରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ କରିଥିଲେ। ଏହି ଅବସରରେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଉଦ୍ଘାଟନ କରିଥିଲେ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଉପସ୍ଥିତ ଥିଲେ।ଏବଂ ଯୁବବର୍ଗଙ୍କ ଏଭଳି ମହତ କାର୍ଯ୍ୟକୁ ଭୁରି ପ୍ରଶଂସା କରିଥିଲେ ଅରୁଣ। ସମାଜ ସେବୀ ଦାମ sir, NAC vice chairman ଗୁରୁପ୍ରସାଦ ଜେନା ଏବଂ ଜିଲ୍ଲା ଛାତ୍ର ବିଜେଡି ସଭାପତି ନୀଳମାଧଵ ପଣ୍ଡା, ଯୁବ ବିଜେଡି ସଭାପତି ଯୁଧିଷ୍ଠିର ବେହେରା ଏବଂ ଭାଗିରଥି ବାଇ, ଅଜିତ କୁମାର ସାହୁ ଆଦି ଉପସ୍ଥିତ ଥିଲେ। ରକ୍ତଦାନ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଇଛନ୍ତି ଯୁବ ସମାଜ ସେବୀ ସାଇ ଶୁଭମ।ଆଜି ଅନୁଷ୍ଠିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୫୧ ୟୁନିଟ୍‌ ରକ୍ତସଂଗ୍ରହ ହୋଇଥିଲା।ଏହି କାର୍ଯକ୍ରମ ରେ ,ଶୁଭଙ୍କର ପ୍ରଧାନ, ଦେବାଶିଷ ସାହୁ, ଅଶ୍ୱିନୀ ସେଠି, ଚିନ୍ମୟ ବେହେରା ଏବଂ ରାହୁଲ ମନ୍ଥନ, ବିଶ୍ୱଜିତ ପତି, ରଞ୍ଜିତ କୁମାର ସାହୁ ଆଦି ସହଯୋଗ କରିଥିଲେ।

ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ

Leave a Reply

Your email address will not be published. Required fields are marked *