ଯୁବ କଂଗ୍ରେସ ପୁରୀର ନିର୍ବାଚନ ଫଳାଫଳ

ଯୁବ କଂଗ୍ରେସ ପୁରୀର ନିର୍ବାଚନ ଫଳାଫଳ ଅନୁଯାଇ ଗଲା ୨୫ତାରିଖରେ ରାଷ୍ଟ୍ରୀୟ ଯୁବ କଂଗ୍ରେସ ତରଫରୁ ନିର୍ବାଚନ ଫଳାଫଳ ବାହାରିଥିଲା ଏହି ଫଳା ଫଳ ଅନୁଯାଇ ଆଲୋକ କୁମାର ଦାଶ ଯୁବ କଂଗ୍ରେସ ଜ଼ିଲ୍ଲା ସଭାପତି ନିର୍ବାଚିତ ହୋଇଥିବା ବେଳେ – ମନୋଜ ମଣ୍ଡଳ ପୁରୀ ବିଧାନ ସଭା ଯୁବ କଂଗ୍ରେସ ସଭାପତି ହୋଇଛନ୍ତି | ସେଇ ଭଳି ଅନିଲ ବେଜ ପୁରୀ ବିଧାନସଭା ଯୁବ କଂଗ୍ରେସ ଉପ ସଭାପତି ହୋଇଥିବା ବେଳେ ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ଉପ-ସଭାପତି ପୂଜା ବେଜ ହୋଇଛନ୍ତି | ଆଜି ଏହି ପରିପଖେ ସମସ୍ତ ନିର୍ବାଚିତ ଯୁବ କଂଗ୍ରେସ କର୍ମୀ ଙ୍କୁ ସମ୍ବର୍ଧନା ଶୋଭାଯାତ୍ରା ରେ ସହର ପରିକ୍ରମା କରାଯାଇଥିଲା | ଏହି ଶୋଭାଯାତ୍ରା ର ମୁଖ୍ୟ ଉଧେଶ୍ୟ ଥିଲା ଯୁବ କଂଗ୍ରେସ ଶୋଭାଯାତ୍ରା ସହ ଅନେକ ଯୁବକ ଯୋଡ଼ିହେବା ସହ – ଯୁବ କଂଗ୍ରେସ କୁ ସୁଦୃଢ କରାଯିବ | କେବଳ ଏତିକି ନୁହଁ ଯୁବ କଂଗ୍ରେସ ଜ଼ିଲ୍ଲା ସଭାପତି ଏହି ଶୋଭାଯାତ୍ରା କୁ ସମ୍ବୋଧନ କରି କହିଛନ୍ତି ପୁରୀରେ ଅନେକ ଯୁବକ ଙ୍କ ସ୍ଥାୟୀତ୍ୱ ପାଇଁ ଲଢେଇ ହବ ପୁରୀରେ ଅନେକ ସମସ୍ୟା ରହିଛି – ପୁରୀର ଯିବାକୁ ମାନଙ୍କ ପାଇଁ ନିଯୁକ୍ତି ରହିଛି ହେଲେ ସେଇ ସବୁ ଉପରେ ବାହାର ରାଜ୍ୟ ପିଲା ହକ ଜମାଇ ରଖିଛନ୍ତି | ପୁରୀ ସହର ପାଇଁ ଆଗାମୀ ଦିନରେ ଲଢେଇ ହବ ଯୁବ ମାନଙ୍କ ହକ ଓ ସ୍ଥାୟୀତ୍ୱ ଉପରେ ଲଢେଇ ହେବ | ପୂର୍ବରୁ ସଦାସର୍ବଦା ପୁରୀ ଜନସାଧାରଣ ଙ୍କ ସମସ୍ୟା ସହ ଆମେ ଯୋଡି ହୋଇ ରହିଛୁ ଭଲ ମନ୍ଦ ଦୁଃଖ ସୁଖରେ ପୁରୀ ବସି ଙ୍କ ସହ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ସଦାସର୍ବଦା ଜନସାଧାରଣ ଙ୍କ ସହ ରହିଛି ଆଗାମୀ ଦିନରେ ଆମେ ମଧ୍ୟ ସେଇ ବିଶ୍ୱାସ ର ସହ ପୁରୀର ଜନସାଧାରଣ ଙ୍କ ସହ ରହିବୁ ଏବଂ ସେମାନଙ୍କ ହକ ର ଲଢେଇ ଲଢ଼ିବୁ ||

Leave a Reply

Your email address will not be published. Required fields are marked *