ଖାରିଆ ପଂଚାୟତରେ ଭତ୍ତା ବଣ୍ଟନ

ଖାରିଆ ପଂଚାୟତରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆସିକା ବ୍ଲକ ଖାରିଆ ପଂଚାୟତରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ.165ଜଣ ହିତାଧିକାରୀଙ୍କୁ ନୂତନ ଭାବେ ଭତ୍ତା ପ୍ରଦାନ କରାଯାଇଛି. ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ବିଧାୟିକା ମଞ୍ଜୁଳା ସ୍ୱାଇଁ ସମେତ ବରିଷ୍ଠ ନେତା ନଚିକେତା ସ୍ୱାଇଁ, ଭଗବାନ ସାହୁ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଭତ୍ତା ବଣ୍ଟନ କରିଥିଲେ.ଆସିକା ବ୍ଲକର ସବୁଠାରୁ ଅଧିକା ଭତ୍ତା ପାଇଥିବା ଖାରିଆ ପଂଚାୟତର ହିତାଧିକାରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି. ବିଶିଷ୍ଟ ସମାଜସେବୀ ଭଗବାନ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଆସିକା ବ୍ଲକ ପାଇଁ ଉଦାହରଣ ହୋଇ ରହିବ ବୋଲି କହିଛନ୍ତି ସାଂସଦ ପ୍ରମିଳା ବିଶୋଇ. ଆସିକା ବ୍ଲକ ଅନ୍ତର୍ଗତ ଖାରିଆ ପଂଚାୟତର ସରପଞ୍ଚ ଜୟନ୍ତୀ ସାହୁଙ୍କ ଭଳି ସରପଞ୍ଚ ସମାଜ ପାଇଁ ଆଦର୍ଶ ବୋଲି କହିଛନ୍ତି ବିଧାୟିକା ମଞ୍ଜୁଳା ସ୍ୱାଇଁ. ଖାରିଆ ପଂଚାୟତର ବିଭିନ୍ନ ସମସ୍ୟାକୁ ଖୁବ ସୁନ୍ଦର ଭାବେ ସମାଧାନ କରିବା ସହିତ ନୂଆଁ ପ୍ରକଳ୍ପ ଗୁଡାକୁ କ୍ଷିପ୍ରଗତିରେ ସାରି ନମ୍ବର ୱାନ ପଂଚାୟତ କରିବା ଲକ୍ଷ୍ୟରେ ଅଛନ୍ତି ସରପଞ୍ଚ ଜୟନ୍ତୀ ସାହୁ. ସମିତି ସଭ୍ୟା ସୌଦାମିନୀ ନାହାକଙ୍କ ସହଯୋଗ ଓ ସମର୍ଥନ ବଳରେ ପଂଚାୟତରେ ବହୁ ଉନ୍ନତି ମୂଳକ କାର୍ଯ୍ୟ ହୋଇପାରୁଥିବା କହିଛନ୍ତି ସରପଞ୍ଚ ଜୟନ୍ତୀ ସାହୁ. ଆଗାମୀ ଦିନରେ ଖାରିଆ ପଂଚାୟତରେ କେହି ବି ହିତାଧିକାରୀ ଭତ୍ତାରୁ ବଞ୍ଚିତ ହେବେନାହିଁ ବୋଲି ମତ ପ୍ରକାଶ କରିଛନ୍ତି ବରିଷ୍ଠ ସମାଜସେବୀ ଭଗବାନ ସାହୁ.ଏବଂ ଦୀଳିପ ନାହକ ସମାଜ ସେବି, ଶଙ୍କର ସେଠି ବିଜେଡି ନଗର ଉପ ସଭାପତି, ନାରାୟଣ ଡାକୁଆ ଙ୍କ ସମେତ ବହୁ ଜୁବ ନେତା ମାନଙ୍କର ଏହି ମହାନ ଉଦ୍ୟମ ଚରଚାର ବିସୟ ଗ୍ରାମର ହିତାଧିକାରୀ ମାନେ ପ୍ରସଶା ସାଉଟିଛନ୍ତୀ

district report Krushna chandra samantaray

Leave a Reply

Your email address will not be published. Required fields are marked *