ସାନଖେମୁଣ୍ଡି ବ୍ଲକ୍ କଂଗ୍ରେସର ମେଗା ରକ୍ତଦାନ ଶିବିର

ବ୍ରହ୍ମପୁର , ୧୪/୦୮/୨୦୨୪ , ରାଷ୍ଟ୍ରୀୟ ୭୭ ତମ ସ୍ବାଧିନତା ଦିବସ ପାଳନ ଅବସରରେ ସ୍ବାଧିନତା ସଂଗ୍ରାମୀଙ୍କ ତ୍ୟାଗପୂତ ଦେଶଭକ୍ତିକୁ ଉଦଜିବିତ କରାଇବା ଲକ୍ଷରେ ଆଜି ସାନଖେମୁଣ୍ଡି ବ୍ଲକ୍ କଂଗ୍ରେସ ପକ୍ଷରୁ ପାଟପୁର ଗାନ୍ଧିଛକ ସ୍ଥିତ ବୀଣାପାଣି ନର୍ସରୀ ସ୍କୁଲ ପରିସରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇ ଯାଇଛି । ବ୍ଲକ୍ ଅନ୍ତର୍ଗତ ସମସ୍ତ ପଞ୍ଚାୟତର କଂଗ୍ରେସ ସଙ୍ଗଠନ କର୍ମୀ ଓ କର୍ମକର୍ତ୍ତାଙ୍କ ସହ ନିର୍ବାଚିତ ଜନ ପ୍ରତିନିଧି ଏବଂ କଂଗ୍ରେସ ଆନୁଗତଙ୍କ ସମାବେଶରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ଉଦଘାଟନ କରିଥିଲା ବେଳେ ପ୍ରଥମ ରକ୍ତଦାତା ଭାବେ ପାଟପୁର ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ସତିଶ କୁମାର ରାଉତ ପ୍ରଥମ ରକ୍ତଦାତା ଭାବେ ରକ୍ତଦାନ କରିଥିଲେ। ତେବେ ମହିଳାଙ୍କୁ ରକ୍ତଦାନ ସମ୍ପର୍କିତ ସଚେତନତା ତଥା ଉତ୍ସାହିତ କରିବା ନିମନ୍ତେ ପାଟପୁର ପୂର୍ବତନ ସମିତି ସଭ୍ୟ ଦୁର୍ଗା ପ୍ରସାଦ ପାଢ଼ୀଙ୍କ ସହଧର୍ମିଣୀ ରକ୍ତଦାନ କରିଥିଲେ । ଆୟୋଜିତ ରକ୍ତଦାନ ସମ୍ପର୍କିତ ସଚେତନତା ସଭାରେ ବିଧାୟକଙ୍କ ସହ ବିଧାୟକଙ୍କ ପିତାମହ ଅରକ୍ଷିତ ଜେନା ଯୋଗଦେଇ ସାଂପ୍ରତିକ ସମୟରେ ରକ୍ତଦାନର ଆବଶ୍ୟକତା ଓ ଉପାଦେୟତା ନେଇ ଉତ୍ସାହୀ ରକ୍ତଦାତାଙ୍କୁ ଅନୁପ୍ରାଣିତ କାଟିଥିଲେ । ଶିବିରରେ ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକ ପାଟପୁର ସରପଞ୍ଚ ପ୍ରତିନିଧି ମୁକୁନ୍ଦ ଚନ୍ଦ୍ର ବରାଡ, ଯୁବ ସଂଗଠକ ଦିପୁ ସ୍ୱାଇଁ , ପୂର୍ବତନ ସମିତି ସଭ୍ୟ ଦୁର୍ଗା ପ୍ରସାଦ ପାଢ଼ୀ, ଗୌତମୀ ପୂର୍ବତନ ସରପଂଚ ସୁଶାନ୍ତ ସ୍ୱାଇଁ , ପୂର୍ବତନ ସରପଂଚ ନିରାକାର ପ୍ରଧାନ, ଗଙ୍ଗାପୁର ସରପଂଚ ପ୍ରତିନିଧି ମିଥୁନ ସେଠୀ ଓ ସମିତି ସଭ୍ୟ ବୁଲୁ ସେଠୀ, ପ୍ରତାପ ପ୍ରଧାନ , ଜଗନ୍ନାଥ ଜେନା , ମୌଳାଭଞ୍ଜା ସରପଞ୍ଚ ପ୍ରତିନିଧି ପିଣ୍ଟୁ ସେଠୀ, ଜିଣ୍ଟୁ ସାହୁ, ପ୍ରଭାକର ତ୍ରିପାଠୀ, ଜି ସାଇରାମ, ଆଲୋକ ପ୍ରଧାନ , ବିଭୂତି ଭୂଷଣ ଦୋରା , ମିଟୁ ଜେନା ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ

Leave a Reply

Your email address will not be published. Required fields are marked *