ଗାଈ କୁ ଟାଣିନେଲା କୁମ୍ଭୀର। ଲୋକ ଭୟଭୀତ
– ଦିନ କୁ ଦିନ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି। ବର୍ତ୍ତମାନ କୁମ୍ଭୀର କୁ ନେଇ ନଈ କୂଳିଆ ଅଞ୍ଚଳର ଲୋକ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ମଣିଷ ଓ ଜୀବଜନ୍ତୁ ଙ୍କ ଜୀବନ ବର୍ତ୍ତମାନ ସଙ୍କଟରେ। ସାଧାରଣ ଲୋକ ମାନଙ୍କ ପ୍ରଶ୍ନ ଵନ ବିଭାଗ ଅଧିକାରୀ କରୁଛନ୍ତି କଣ।ସଵୁ ବେଳେ ଜଦି ଏମିତି କୁମ୍ଭୀର ମାନେ ଆତଙ୍କରାଜ ଚଳାଇବେ ସାଧାରଣ ଲୋକ ଓ ଜୀବଜନ୍ତୁ ଙ୍କ ଅବସ୍ଥା କଣ ହେବ। ନଦୀ ପଠାରେ ବନ୍ଧା ହେଇଥିବା ଗାଈକୁ ନଦୀ ଭିତରକୁ ଟାଣି ନେଲା ବଉଳା କୁମ୍ଭୀର । ଯାହାକୁ ନେଇ ଲୋକ ଭୟଭୀତ । ଏଭଳି ଘଟଣା ଘଟିଛି ବାସୁଦେବପୁର ବ୍ଲକ ବାଲିମେଦ ପଂଚାୟତ ଛାତ୍ରପଦା ଠାରେ । ଆଜି ସକାଳ 11ଟା ସମୟରେ ମନ୍ତେଇ ନଦୀ ପଠାରେ ମକର ମଳିକଙ୍କ ପରିବାର ଲୋକ ଗାଈ କୁ ବାନ୍ଧିଥିବାବେଳେ ହଠାତ ଏକ ବଉଳା କୁମ୍ଭୀର ନଦୀ ଭିତରକୁ ଟାଣି ନେଇଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଭୟଭୀତ ଓ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଖବର ପାଇ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ଲୋକଙ୍କୁ ସଚେତନ କରିଛି । ତେବେ କୁମ୍ଭୀରଟି ବଉଳା ପ୍ରଜାତିର ହେଇଥିବାବେଳେ ଲମ୍ବ 15ଫୁଟରୁ 20ଫୁଟ ଭିତରେ ବୋଲି ସୂଚନା ଦିଆଯାଇଛି । ତେବେ ପ୍ରତେୟକ ଦିନ ମନ୍ତେଇ ନଦୀରେ କୁମ୍ଭୀର ଦେଖାଯାଉଥିବାବେଳେ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବାକୁ ଲୋକ ଦାବି କରିଛନ୍ତି ।
