କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟରେ 77ତମ ସ୍ୱାଧୀନତା ଦିବସ ପାଳିତ
କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟରେ 77ତମ ସ୍ୱାଧୀନତା ଦିବସ ମହା ଆଡମ୍ବରରେ ପାଳନ କରାଯାଇଥିଲା l ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ପ୍ରଭାତ ଫେରି ପୂର୍ବକ ବାଲିମେଳା ନଗର ପରିକ୍ରମଣ କରିଥିଲେ l ଅନୁଷ୍ଠାନର ଅଧ୍ୟକ୍ଷ ପତାକା ଉତ୍ତୋଳନ କରି ଛାତ୍ର ଛାତ୍ରୀ ମାନଙ୍କୁ ଦାୟିତ୍ୱବାନ ହେବାକୁ ପରାମର୍ଶ ଦେଇଥିଲେ l ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ୟାରାଡ଼ ପ୍ରଦର୍ଶନ ପୂର୍ବକ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା l ଏହାପରେ ସଙ୍ଗୀତ, ତର୍କ, ଚିତ୍ରାଙ୍କନ, ରଚନା, ସ୍ଲୋଗାନ ଲିଖନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ l ଏହାପରେ ଦେଶାତ୍ମବୋଧ ଗୀତକୁ ନେଇ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଶିକ୍ଷା ସଂଗଠକ ତଥା ସମାଜସେବୀ ଶ୍ରୀ ଶିବ ପ୍ରସାଦ ଖାଡ଼ଙ୍ଗା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଅନୁଷ୍ଠାନର ଶିକ୍ଷକ ଶ୍ରୀ ମାଧବ ସାହୁ ମଞ୍ଚ କାର୍ଯ୍ୟ ପରିଚାଳନା ସହ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ସାଫଲ୍ୟ ମଣ୍ଡିତ କରିଥିଲେ l
