ଅବ୍ୟବସ୍ଥା ଘେରରେ ସ୍ମାର୍ଟ ସ୍କୁଲ

ଭଂଜନଗର -ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଗତ କିଛିମାସ ପୂର୍ବେ ୫ଟି ର ସ୍ମାର୍ଟ ସ୍କୁଲ ରେ ରୂପାନ୍ତରଣ କରି ପ୍ରଦାନ କରାଯାଇଛି । ହେଲେ ଯାହା ଆଶା ଥିଲା ସେପରି କରାଜିନଥିବା ଅଭିଯୋଗ ହେଉଛି । ସ୍ମାର୍ଟ ସ୍କୁଲ ପାଇ ଛାତ୍ରଛାତ୍ରୀ କିମ୍ବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆଦୌ ଖୁସି ନଥିବା ପ୍ରକାଶ କରିଛନ୍ତି । ବିଦ୍ୟାଳୟର କାନ୍ଥ, ବାଡ଼, ଟେବୁଲ, ଚେୟାର, ହ୍ଵାଇଟ ବୋର୍ଡ, କବାଟ, ଝରକା ସବୁ ସ୍ମାର୍ଟ ହୋଇଛି ହେଲେ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାଦାନ ଦେଇ ସ୍ମାର୍ଟ କରିବା ପାଇଁ ଶିକ୍ଷକ ନାହାନ୍ତି। କମ୍ପ୍ୟୁଟର ଶିକ୍ଷାଦାନ ପାଇଁ ପାଞ୍ଚଟି କମ୍ପ୍ୟୁଟର ଆସିଛି ହେଲେ ଏହାକୁ ଶିଖାଇବା ପାଇଁ ମଧ୍ୟ ଶିକ୍ଷକ ନାହାନ୍ତି । ଜଣେ ଶିକ୍ଷକ ଓ ଶିକ୍ଷୟତ୍ରୀ ମୋଟ ଦୁଇ ଜଣ ରେ ଚାଲିଛି ହାଇସ୍କୁଲ । ସାଇନ୍ସ ପିସିଏମ, ସାଂସ୍କୃତ, ହିନ୍ଦୀ, ଆର୍ଟସ, କମ୍ପ୍ୟୁଟର, ଖେଳ ଶିକ୍ଷକ, ପିଅନ, ନାଇଟ ୱଚର ଭଳି ଅନେକ ପଦବୀ ଖାଲି ପଡ଼ିଛି । ଯାହା ଫଳରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ପିଲାଙ୍କୁ ପାଠ ପଢ଼ାଉଥିବା ଜଣାପଡିଛି । ଅନ୍ୟ ପକ୍ଷରେ ପ୍ରାଥମିକ ବିଦ୍ୟାଳୟରେ ପାଠପଢା ବାଧା ପ୍ରାପ୍ତ ହେଉଛି । ସ୍ମାର୍ଟ ସ୍କୁଲ ର ଶୌଚାଳୟ, ଜଳଯୋଗାଣ ଵ୍ୟଵସ୍ଥା ମଧ୍ୟ ସଠିକ ଭାବେ ହୋଇନଥିବା କାରଣରୁ ଛାତ୍ରଛାତ୍ରୀ ମାନେ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । ବାହାରେ ଅଧା ଫେବର ପଡିନଥିବା କାରଣରୁ ବର୍ଷା ହେଲେ ବର୍ଷା ଜଳ ଜମିରହିବା ସହ କାଦୁଅ ହେଉଛି । ସ୍କୁଲ ଗେଟ ମୁଂହରେ ବର୍ଷା ଜଳ ଜମି ବା କାରଣରୁ ଛାତ୍ରଛାତ୍ରୀ ମାନେ ପାଣି କାଦୁଅ ମଧ୍ୟ ଦେଇ ବିଦ୍ୟାଳୟ ଭିତରକୁ ପ୍ରବେଶ କରୁଛନ୍ତି । ସ୍କୁଲ ପାଇଁ ପିଅନ ନଥିବା ବେଳେ ଏତେ ସୁନ୍ଦର ବିଦ୍ୟାଳୟକୁ ଏବେ ସଫା କରିବ କିଏ ଏହାକୁ ନେଇ ବଡ଼ ସମସ୍ୟା ଠିଆ ହୋଇଛି । ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସ୍ମାର୍ଟ ସ୍କୁଲ ନିର୍ମାଣ କରାଯାଇଥିଲେ ମଧ୍ୟ କିଛିକିଛି ତ୍ରୁଟି ପାଇଁ ଛାତ୍ରଛାତ୍ରୀ ମାନେ ସ୍ମାର୍ଟ ସ୍କୁଲ ର ସ୍ମାର୍ଟ ସୁବିଧାରୁ ବଂଚିତ ହେଉଛନ୍ତି । ବିଦ୍ୟାଳୟର ଏଭଳି ସମସ୍ୟା କୁ ନେଇ ପ୍ରଧାନ ଶିକ୍ଷୟତ୍ରୀ ଶ୍ୱେତାଲିନା ସାମଲ ମଧ୍ୟ ଅସନ୍ତୋଷ ପ୍ରକାଶ କରିବା ସହ ଅଧିକାରୀ ମାନଙ୍କୁ ଅବଗତ କରାଉଥିବା ସୂଚନା ଦେଇଛନ୍ତି । ସ୍ମାର୍ଟ ସ୍କୁଲ ର କାର୍ଯ୍ୟ ସମ୍ପୂର୍ଣ୍ଣ କରି ବାହାର ପରିବେଶ ସୁନ୍ଦର କରିବା ସହ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରିବାକୁ ଛାତ୍ରଛାତ୍ରୀ ଙ୍କ ପକ୍ଷରୁ ୫ଟି ସଚିବ ଙ୍କୁ ଗଣମାଧ୍ୟମ ସହାୟତରେ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *