ରାଜ୍ୟ ସରକାରଙ୍କ ଦୁର୍ନିତି ଭ୍ରଷ୍ଟାଚାର ବିରୁଦ୍ଧରେ କୁଆଁପଡ଼ା ବିଜେପି ପକ୍ଷରୁ ଗଣ ଆନ୍ଦୋଳନ

ରାଜ୍ୟ ସରକାରଙ୍କ ଦୁର୍ନିତି ଭ୍ରଷ୍ଟାଚାର ବିରୁଦ୍ଧରେ କୁଆଁପଡ଼ା ବିଜେପି ପକ୍ଷରୁ ଗଣ ଆନ୍ଦୋଳନ-ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଗୋପ କୁଆଁପଡା ପଞ୍ଚାୟତରେ ଧାରଣା ଦେଲେ ବିଜେପି କର୍ମୀ lଆଜି ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଗୋପ ବ୍ଲକ କୁଆଁପଡା ଗ୍ରାମପଞ୍ଚାୟତ ର ବିଜେପି କର୍ମୀମାନେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି l ଆଜି ମଞ୍ଚନାଥ ମଣ୍ଡଳ ଭାରତୀୟ ଜନତା ପାର୍ଟି ସଭାପତି ରାଜକିଶୋର ଜେନାଙ୍କ ସଭାପତିତ୍ବ ରେ ଏଗାର ନମ୍ବର ଜୋନ ଜିଲ୍ଲାପରିଷଦ ପ୍ରମୋଦ କୁମାର ରାୟ, ଜିଲ୍ଲା ସମ୍ପାଦକ ସୁଶାନ୍ତ ସ୍ୱାଇଁ, ପଞ୍ଚାୟତ ସଭାପତି ଗନ୍ଧର୍ବ ଭୋଇ, ପ୍ରସନ ପଣ୍ଡା, ଚିତ୍ରସେନ ବେହେରା, ସୁଧାକର ବେହେରା, କିଶୋର ରାଉତ, ଲିଙ୍ଗରାଜ ନାୟକ, ମାନସ ପ୍ରଧାନ, ମାନସ ବେହେରା, ରମେଶ ପ୍ରଧାନ, ମଧୁସୂଦନ ଓଝା, ସରସ୍ବତୀ ନାୟକ, ରୁନୁ ସେଠୀ, ଦୁଃଶାସନ ସାହୁ, ସନ୍ତୋଷ ସାହୁ, ଶଙ୍କର ପାତ୍ରଙ୍କ ଶତାଧିକ କର୍ମୀ କୁଆଁପଡା ପଞ୍ଚାୟତ ର ପ୍ରତିଟି ଗାଁ ପଦଯାତ୍ରା କରି ରାଜ୍ୟସରକାର ଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ନାରା ଦେଇ ଆଗକୁ ମୋଦି ସରକାର ଦେଉଥିବା ସାହାଯ୍ୟ ପାଇଁ ଭାରତୀୟ ଜନତା ପାର୍ଟିକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବା ପାଇଁ ଜନସାଧାରଣ ଙ୍କୁ ସଚେତନ କରିଥିଲେ l

ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *