ପୁରୀ ସହରର ବିଭିନ୍ନ ସ୍ଥାନରେ ସିଟି ଡିଏସ୍‌ପିଙ୍କ ନେତୃତ୍ୱରେ ମିଳିତ ଯାଞ୍ଚ ଅଭିଯାନ

ପୁରୀ ପୋଲିସ ପକ୍ଷରୁ ଅପରାଧ ନିୟନ୍ତ୍ରଣ ଓ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସହରର ବିଭିନ୍ନ ଛକ ଓ ଯାଞ୍ଚ ପୋଷ୍ଟରେ ମିଳିତ ଯାଞ୍ଚ ଅଭିଯାନ କରାଯାଇଥିଲା। ସିଟି ଡିଏସ୍‌ପିଙ୍କ ନେତୃତ୍ୱରେ ସହରର ସମସ୍ତ ଥାନାର ଆଇଆଇସି ଓ ପୋଲିସ ଅଧିକାରୀମାନେ ବିଭିନ୍ନ ଚେକିଂ ପଏଣ୍ଟରେ ନିୟୋଜିତ ହୋଇଥିଲେ। ଏହି ଅଭିଯାନରେ ସହରର ସମସ୍ତ ଥାନାର ପୋଲିସ ଅଧିକାରୀ ଓ ଆରଟିଓ କର୍ମଚାରୀମାନେ ସାମିଲ ହୋଇଥିଲେ।

ଯାଞ୍ଚ ସମୟରେ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କର ପ୍ରକୃତ ପରିଚୟ ଓ ଅପରାଧିକ ପୃଷ୍ଠଭୂମି (CA) ଯାଞ୍ଚ କରିବା ପାଇଁ Face Recognition System (FRS) ର ବ୍ୟବହାର କରାଯାଇଥିଲା। ଏଥିସହ ଯାନବାହନ ଯାଞ୍ଚ ମାଧ୍ୟମରେ ଆଇନଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।ଜନସାଧାରଣଙ୍କ ସୁରକ୍ଷା ଓ ଅପରାଧମୁକ୍ତ ପରିବେଶ ବଜାୟ ରଖିବା ପାଇଁ ପୁରୀ ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନ, ଛକ ଓ ଯାଞ୍ଚ ପୋଷ୍ଟରେ ଏପରି ଯାଞ୍ଚ ଅଭିଯାନ ନିୟମିତ ଭାବେ ଜାରି ରହିବ।ପୁରୀ ପୋଲିସ୍

Leave a Reply

Your email address will not be published. Required fields are marked *