ଗାର୍ଡିଙ୍ଗିଆ ବର୍ଷେଡ଼ି ଘାଟିର ସମାଧାନ କେବେ ?

କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଗାର୍ଡିଗିଆ ଗ୍ରାମପଞ୍ଚାୟତ ଏକ ଟିକାବାଲି ବ୍ଲକର ଉପାନ୍ତ ଏବଂ ଦୁର୍ଗମ ଗ୍ରାମପଞ୍ଚାୟତ, ଏହି ପଂଚାୟତ ର ମୋଟ 15ଟି ୱାର୍ଡ ରହିଥିବା ବେଳେ 5000 ରୁ ଉର୍ଦ୍ଧ ଆଦିବାସୀ, ଦଳିତ ଓ ଅନ୍ୟାନ୍ୟ ସାଧାରଣ ବର୍ଗର ଲୋକେ ବାସ କରନ୍ତି ।
ଏହି ପଂଚାୟତ ରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଥିବା ବେଳେ,5T ପଂଚାୟତ ଉଚ୍ଚ ବିଦ୍ୟାଳୟ ଗୋଟିଏ ରହିଛି । ଏହି ପଂଚାୟତ କୁ ଯିବା ପାଇଁ ହେଲେ ତିନୋଟି ଘାଟି ଅତିକ୍ରମ କରି ଯିବାକୁ ପଡିଥାଏ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ ଅଞ୍ଚଳ ବାସୀ ସରକାରୀ ସେବା ପାଇବା ପାଇଁ ହେଲେ 15 ରୁ 17 କିମି ଗଲେ ବ୍ଲକ କାର୍ଯାଳୟ, ତହସିଲ, ଥାନା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ କଲେଜ, ହାଟ ବଜାର ଏବଂ ଅନ୍ୟାନ୍ୟ ସମସ୍ତ ସୁବିଧା ପାଇଁ ଟିକାବାଲି ଉପରେ ନିର୍ଭର କରନ୍ତି ।
ଏହି ଘାଟି ରାସ୍ତା ଦେଇ ପ୍ରତିଦିନ ଶହଶହ ଲୋକ ଯାତାୟାତ କରନ୍ତି. କିନ୍ତୁ ପ୍ରତି କ୍ଷେତ୍ର ରେ ବାଧକ ସାଜୁଛି । ଏହି ରାସ୍ତା ବାରମ୍ବାର ପ୍ରଶାସନ ଓ ଲୋକ ପ୍ରତିନିଧି ଙ୍କୁ ଗୁହାରି କଲେ ଗ୍ରାମସଭା ରେ ପାରିତ କରି ଥିଲେ ସୁଧା କେହି ଶୁଣୁନାହାନ୍ତି ପଂଚାୟତ ବାସୀଙ୍କ ଦୁଃଖ ।
ଶେଷରେ ପଂଚାୟତ ବାସୀ କଡା ଚେତାବନୀ ଦେଇଛନ୍ତି ଯେ 15ଦିନ ମଧ୍ୟରେ କିଛି ବି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ବ୍ଲକ କାର୍ଯାଳୟ ଘେରାଉ କରିବା ସହିତ, ଆସନ୍ତା ସାଧାରଣ ନିର୍ବାଚନ ରେ ଭୋଟ ବୋର୍ଜନ କରିବୁ ବୋଲି ସତର୍କ ଘଣ୍ଟି ଦେଇଥିବା ଦେଖିବା କୁ ମିଳିଛି ।
କନ୍ଧମାଳ ଜିଲ୍ଲା ରୁ ଭବାନୀ ଶଙ୍କର ଜେନାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *