ଜମିବାଡ଼ି ଵିଵାଦ ର କରୁଣ ପରିଣତି ।ଆଖି ବୁଜିଲେ ୮୪ ବର୍ଷିୟ ବୃଦ୍ଧ

ଜମିବାଡ଼ି ଵିଵାଦ କୁ ନେଇ ହତ୍ୟା ପରେ ଉତ୍ତକ୍ତ ଲୋକେ ଇଚ୍ଛାପୁର ରୁ ବାସୁଦେବପୁର ରାସ୍ତା କୁ ଟାୟାର ଜାଳି କଲେ ଅବରୋଧ । ଅଘଟଣ ଆଶଙ୍କା କରି ବ୍ୟାପକ ପୋଲିସ ମୁତୟନ ।ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସୁଗୋ ଗ୍ରାମ ପଞ୍ଚାୟତ ଅଧୀନସ୍ଥ କାଞ୍ଜିଖିଆ ଗାଁ ର ୧୪ ନମ୍ବର ୱାର୍ଡ ର ଜୟକୃଷ୍ଣ ବାରିକ ବୟସ (୮୪) ଙ୍କୁ ସୁଧାକର ବାରିକ, ରତିକାନ୍ତ ବେହେରା, ସୁରେଶ ବେହେରା, ରଞ୍ଜନ ବେହେରା, କୈଳାସ ବେହେରା, ଶଶିକାନ୍ତ ବେହେରା ଏବଂ ସୁଧାକର ବାରିକ ଗତ ଶୁକ୍ରବାର ରାତିରେ ଅତର୍କିତ ଭାବରେ ଆକ୍ରମଣ କରିଥିଲେ। ଜୟକୃଷ୍ଣ ଙ୍କ ଛାତିରେ ଗଭୀର ଆଘାତ ହୋଇ ବାସୁଦେବପୁର ଡାକ୍ତରଖାନା ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହୋଇଥିଲେ। ଆଜି ସକାଳେ ଜୟକୃଷ୍ଣ ଙ୍କ ମୃତ୍ୟୁ ଘଟିଛି । ଜୟକୃଷ୍ଣ ଙ୍କର ମୃତ୍ୟୁ ଖବର ଶୁଣିବା ପରେ ସ୍ଥାନୀୟ ଅଞ୍ଚଳ ରେ ପ୍ରଵଳ ଉତ୍ତେଜନା ଦେଖାଦେଇଥିଲା।ଉତ୍ତକ୍ତ ଲୋକେ ଉକ୍ତ ଶବକୁ ନେଇ ରାସ୍ତା ରୋକ କରିଥିଲେ। ଖବର ପାଇ ବାସୁଦେବପୁର ପୋଲିସ ପ୍ରଶାସନ ସହ ସାଵରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ଘଟଣା ଅସମ୍ଭାଳ ହେବାରୁ ଭଦ୍ରକ ସଦର ଏସ.ଡି.ପି.ଓ. ସୌରଭ ଓତା ଘଟଣାସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରି ରାସ୍ତା ରୋକ ହଟାଇବା ପରେ ରାସ୍ତା ରେ ଚଳାଚଳ ସ୍ବାଭାବିକ ହୋଇଥିଲା। ସୂଚନା ଅନୁଯାୟୀ ଭାଇ ଭାଇ ଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ଦୀର୍ଘ ଦିନ ଧରି କଳହ ଲାଗି ରହିଥିଲା।

ଏହାକୁ କେନ୍ଦ୍ରକରି ସୁଗୋ ଗ୍ରାମ ରେ ରାଜନୈତିକ ଚାପା ଉତ୍ତେଜନା ଦେଖାଦେଇଥିଲା। ବିଭିନ୍ନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ସହିତ ମାମଲା ଥାନା ରେ ପହଞ୍ଚି ଥିଲା। ପରବର୍ତ୍ତୀ ସମୟରେ ମାନ୍ୟଵର ନ୍ୟାୟାଳୟ ଉକ୍ତ ଯାଗାଵାଡି ଉପରେ ସ୍ଥିତାବସ୍ଥା ଵଜାଇ ରଖିଵା ନେଇ ନିର୍ଦ୍ଦେଶ ଦେଵା ପରେ ଅଭିଯୁକ୍ତ ମାନେ ଏହି ନିର୍ଦ୍ଧେଶ କୁ ମାନି ନ ଥିଲେ।ଯାହାଫଳରେ ଉଭୟ ପକ୍ଷରୁ ପଥର ବାଜି ହେବା କାରଣରୁ ୮୪ ବର୍ଷୀୟା ବୃଦ୍ଧ ଙ୍କ ଛାତିରେ ଗଭୀର ଭାବରେ ଆଘାତ ହୋଇ ଥିଲା। ତୁରନ୍ତ ତାଙ୍କୁ ବାସୁଦେବପୁର ଡାକ୍ତରଖାନା କୁ ପଠାଯିବା ପରେ ଜୟକୃଷ୍ଣ ଙ୍କ ସ୍ବାସ୍ଥ୍ୟ ଅଧିକ ଵିଗିଡିବା କାରଣରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ରେଫର୍ କରାଯାଇଥିଲା। ସେଠାରେ ସୁସ୍ଥ ହୋଇ ଗତକାଲି ରାତିରେ ସେ ଘରକୁ ଫେରିବା ପରେ ଅଭିଯୁକ୍ତ ମାନେ ସଙ୍ଗଵଧ୍ୟ ଭାବରେ ପୁଣି ଥରେ ତାଙ୍କ ପରିବାର ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ଆଖିଵୁଜି ଦେଇଥିଲେ ୮୪ ଵର୍ଷ ବୟସ୍କ ବୃଦ୍ଧ ଜୟକୃଷ୍ଣ। ଜମିବାଡ଼ି କୁ ନେଇ ଏଭଳି ଦୁଃଖ ଦାୟକ ଘଟଣା ଓ ହତ୍ୟାକାଣ୍ଡ ସାଧାରଣ ରେ ଆଲୋଡନ ସୃଷ୍ଟି କରିଛି। ଘଟଣା ଲେଖାଯିବା ପର୍ଯ୍ୟନ୍ତ କେହି ଅଭିଯୁକ୍ତ ଗିରଫ ହୋଇନଥିବା ଜଣାପଡ଼ିଛି।ଅପର ପଟରେ ପୋଷ୍ଟମର୍ଟମ ପାଇଁ ଜୟକୃଷ୍ଣ ଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଛି। ଏବଂ ଘଟଣା ଉପରେ ପୋଲିସ ତିଖ୍ଣ ନଜର ରଖିଛି।

Punil Kumar Samanta reporter

Leave a Reply

Your email address will not be published. Required fields are marked *