ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ କୃଷ୍ଣପ୍ରସାଦ ବ୍ଳକ ଗସ୍ତ

ଆଜି ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଳକ ଗସ୍ତ କରିଛନ୍ତି। ଶ୍ରୀ ଦାସବର୍ମା କୃଷ୍ଣପ୍ରସାଦ ବ୍ଲକର ବଡଅଁଳ ପଞ୍ଚାୟତ ବଡଅଁଳ ଗାଁରେ ନୂତନ କଲ୍ୟାଣ ମଣ୍ଡପ ଏବଂ ସିଆଣ୍ଡି ପଞ୍ଚାୟତ ପାଟପୁର ଗ୍ରାମରେ ମା’ ଚଣ୍ଡୀଦେବୀ କମ୍ୟୁନିଟି ସେଣ୍ଟର ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ଲକ୍ଷ୍ମୀଧର ସାହୁ, କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରୋଜିନୀ ତରେଇ, ବ୍ଲକ ଉପାଦକ୍ଷା ଶ୍ରୀମତୀ ଶକୁନ୍ତଳା ଗଡୁ, ବଡଅଁଳ ପଞ୍ଚାୟତ ସମିତି ସଭ୍ୟା ଶ୍ରୀମତୀ କାଜଲ ପ୍ରଧାନ, ବଡଅଁଳ ଗାଁ ସଭାପତି ପ୍ରମୋଦ ପ୍ରଧାନ, ସିଆଣ୍ଡି ପଞ୍ଚାୟତ ସରପଞ୍ଚ ଆଦିତ୍ୟ ରଞ୍ଜନ ପଲେଇ, ସମିତି ସଭ୍ୟ ଲଲିତ କୁମାର ତରେଇ, ପଞ୍ଚୁପଡା ସଭାପତି ଦାସରଥି ତରେଇ ଓ ସମ୍ପାଦକ ବାସୁଦେବ ବିଶ୍ୱାଳଙ୍କ ସମେତ ଉଭୟ ଗ୍ରାମର ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *