ପ୍ରଭୁ ଗଜାନନଙ୍କ ଆବିର୍ଭାବ ଉଦ୍ଦେଶ୍ୟରେ ପୋଷ୍ଟ ଅଫିସ ଛକ ବଜାର କମିଟିର ବୈଠକ

ଖୋର୍ଦ୍ଧା ଜିଲ୍ଲା, ଜଟଣୀରେ ପ୍ରଭୁ ଗଜାନନଙ୍କ ଆବିର୍ଭାବ ପାଇଁ ଚାଲିଛି ପ୍ରସ୍ତୁତି। ତନ୍ମଧ୍ୟରୁ ଜଟଣୀ ପୌରାଞ୍ଚଳରେ ପୋଷ୍ଟ ଅଫିସ୍ ଛକ ବ୍ୟବସାୟୀ ସଂଘ ପକ୍ଷରୁ ଜବରଦସ୍ତ ପ୍ରସ୍ତୁତି ଚାଲିଛି। ସେହି ପରିପ୍ରେକ୍ଷୀରେ ଜଟଣୀ ପୋଷ୍ଟ ଅଫିସ, ମୋ ଜଟଣୀ ପ୍ରାଙ୍ଗଣରେ ବ୍ୟବସାୟୀ ମାନେ ଏକଜୁଟ୍ ହୋଇ ଏକ ପ୍ରସ୍ତୁତି ବୈଠକର ଆୟୋଜନ କରିଥିଲେ। ପ୍ରସ୍ତୁତି ବୈଠକରେ ଶତାଧିକ ବ୍ୟବସାୟୀ ସନ୍ଧ୍ୟା ସମୟରେ ଏକତ୍ରିତ ହୋଇଥିଲେ। ସଂଘର ସଭାପତି ହେମନ୍ତ କୁମାର ସୁନ୍ଦରାୟଙ୍କ ସଭାପତିତ୍ୱରେ ସଭା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଗତ ବର୍ଷର ଆୟ ବ୍ୟୟ ହିସାବକୁ ପ୍ରାଞ୍ଜଳ ଭାବରେ ପଠନ କରାଯାଇଥିଲା ଏବଂ ଚଳିତବର୍ଷର ପୂଜା ସମ୍ବନ୍ଧୀୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ବିଶେଷକରି ଏବର୍ଷ ୨୦ ଫୁଟ୍ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ନିର୍ମାଣ କରାଯିବା ପ୍ରସ୍ତାବ ନିଆଯାଇଥିଲା। ପ୍ରଭୁ ଗଜାନନଙ୍କ ହାତରେ ୫୦ କେଜିର ଲଡୁ ଶୋଭା ପାଇବ ବୋଲି ସ୍ଥିର କରାଗଲା। ବାଜା, ରୋଷଣୀ ସାଙ୍ଗରେ ଜଳ ଯାତ୍ରାର ପ୍ରସ୍ତାବ। ଏବର୍ଷ ପୂଜାର ବିଶେଷ ଆକର୍ଷଣ ହେବ ମିସନ ଶକ୍ତି, ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ସାମଗ୍ରୀ ଷ୍ଟଲ୍, ପୂଜା ମଣ୍ଡପ ନିକଟରେ ଶୋଭାପାଇବ। ପୂଜାର ୧୦ ଦିନଯାକ ସଙ୍ଗୀଞ୍ଜଳୀ ଯଥା, ପାଲା, ଦାସକାଠିଆ ମେଲୋଡି, ଏଥିସହିତ ପାରମ୍ପରିକ ଗୋଟିପୁଅ ନୃତ୍ୟ, ସମ୍ବଲପୁରୀ, ଯୋଡ଼ିଶଙ୍ଖ, ସିଲ୍‌କା ମର୍ଡନ୍ ଡ୍ୟାନ୍ସ, ମୌତ୍ କା କୂଆଁ, ରାମଦୋଳି, ଡ୍ରାଗନ୍ ଆଦି ପ୍ରଦର୍ଶନ କରିଯିବା ପାଇଁ ଆଲୋଚନା ହୋଇଥିଲା। ସେହିପରି ଭସାଣୀ ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରସିଦ୍ଧ ରୋଶଣୀ ଟିମ୍ ଯୋଗଦେବାର ଯୋଜନା ରହିଛି। ବୈଠକରେ ସମ୍ପାଦକ ମାନସ କୁମାର ମିଶ୍ର, କୋଷାଧ୍ୟକ୍ଷ ଅକ୍ଷୟ କୁମାର ବଳିୟାରସିଂହ, ଉପଦେଷ୍ଟା ନିମାଇଁ ଚରଣ ଦାଶ,ଉପଦେଷ୍ଟା ଆଶୁତୋଷ ବ୍ରହ୍ମା, ଉପଦେଷ୍ଟା ବାଲ୍‌କିଷ୍ଠ ଅଗ୍ରୱାଲ, ସହ ସମ୍ପାଦକ ଶିବ ଶଙ୍କର ଅଗ୍ରୱାଲ, ଉପସଭାପତି ମନୋରଂଜନ ନାୟକ, ପୂର୍ବତନ କାଉନ୍‌ସିଲର ଲକ୍ଷ୍ମୀନାରାୟଣ ସ୍ବାଇଁ, ନରେଶ ଅଗ୍ରୱାଲ, ସୁଜିତ କୁମାର ସାହୁ,ବିଜୟ କୁମାର ସାହୁ, ସୁରେନ୍ଦ୍ର କୁମାର ମହାରଣା, ଜିତେନ୍ଦ୍ର ପ୍ରହରାଜ, ବିଭୂତି ନାୟକ, ଧ୍ରୁବଚରଣ ବିଶ୍ୱାଳ ନବୀନ ସାହୁ, ଶରତ ସାହୁ, ନରେଶ କୁମାର ଅଗ୍ରୱାଲ
ପ୍ରମୁଖ ସମସ୍ତ ପ୍ରକାର ସମ୍ପୁର୍ଣ୍ଣ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସର୍ବଶେଷରେ ସମ୍ପାଦକ ମାନସ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

ଜଟଣୀରୁ ଶାହାବୁଦ୍ଦିନ ଖାଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *