ବିଜୁ ଜନତା ଦଳର ମିଶ୍ରଣ ପର୍ବ।

ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକଙ୍କ ପ୍ରତି ଥିବା କର୍ତ୍ତବ୍ୟନିଷ୍ଠ ଓ ନିସ୍ୱାର୍ଥପର ଭଲପାଇବା ଏବଂ ଦଳର ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଆଦର୍ଶ, ସାମୁହିକ କାର୍ଯ୍ୟ ଧରାରେ ଅନୁପ୍ରାଣିତ ହୋଇ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ନୂଆପଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ପ୍ରତିନିଧି ତଥା ଗୁରୁବାଇ ଗ୍ରାମର ବରିଷ୍ଠ ବିଜେପି ନେତା ପଞ୍ଚାନନ ସିଠ, ବଡ଼ଅଁଳ ପଞ୍ଚାୟତର ବଡ଼ଦଣ୍ଡା ଗ୍ରାମର ସମାଜସେବୀ ଗାନ୍ଧୀ ପଲେଇ, ବିଜେପି ନେତା ପ୍ରଭାତ କୁମାର ତରେଇ, ସତ୍ୟବାନ ସ୍ଵାଇଁ, ବିଜୟ ତରେଇ, ଦୀପକ ବାରିକ ଓ ସିଆଣ୍ଡି ପଞ୍ଚାୟତ ଅଣୁଆ ଗ୍ରାମର ବିଜେପି ନେତା ଶିବରାମ ଜେନା ଭାରତୀୟ ଜନତା ପାର୍ଟି ବିଜେପି ପରିତ୍ୟାଗ କରି ଶ୍ରୀ ଦାସବର୍ମାଙ୍କ ନେତୃତ୍ୱରେ ଆସ୍ଥା ପ୍ରକଟ କରି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *