କୋଣାର୍କ ୱାଟକୋ ପକ୍ଷରୁ ଜନ ହିତକର କାର୍ଯ୍ୟ ଜାରି

କୋଣାର୍କ ୱାଟକୋ ପକ୍ଷରୁ ଜନ ହିତକର କାର୍ଯ୍ୟ ଜାରି କୋଣାର୍କ- ପୁରୀ ଜିଲ୍ଲା କୋଣାର୍କ ଏନଏସିରେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ଦାୟିତ୍ୱରେ ଥିବା ୱାଟକୋ ବିଭାଗ ପକ୍ଷରୁ ଜନ ହିତକର କାର୍ଯ୍ୟ ଜାରି ରହିଛି। ଯାହା ଫଳରେ କୋଣାର୍କରେ ପାନୀୟ ଜଳର ସମସ୍ୟା ସମାଧାନ ହେବାରେ ଲାଗିଛି। ସୂଚନା ଅନୁଯାୟୀ ପୂର୍ବରୁ ବହୁବର୍ଷ ଧରି ପଡି ରହି ଜଣେ କନିଷ୍ଠ ଯନ୍ତ୍ରୀ ବିଭିନ୍ନ ଅସାମାଜିକ ଓ ଅନିୟମିତତା କାର୍ଯ୍ୟରେ ଲିପ୍ତ ରହିବାରୁ କୋଣାର୍କରେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ସହ ଉନ୍ନୟନ କାର୍ଯ୍ୟରେ ସମସ୍ୟା ଦେଖିବାକୁ ମିଳିଥିଲା। ବହୁ ଅଭିଯୋଗ ଓ ବାଦବିବାଦ ପରେ ତାଙ୍କୁ କୋଣାର୍କରୁ ଅନ୍ୟତ୍ର ବଦଳି କରାଗଲା। ପରବର୍ତୀ ପର୍ଯ୍ୟାୟରେ କୋଣାର୍କ ୱାଟକୋ ସହକାରୀ ପରିଚାଳକ ଭାବେ କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ପଟ୍ଟନାୟକ ଦାୟିତ୍ଵ ନେଇଥିଲେ। ପୁରୀ ଜିଲ୍ଲା ୱାଟକୋ ଜେନେରାଲ ମ୍ୟାନେଜର ବିକ୍ରମ ରାଉତଙ୍କ ତତ୍ତ୍ଵାବଧାନରେ ଉଭୟ ଅନେକ ଜନ ହିତକର କାର୍ଯ୍ୟ ଜାରି ରଖିଛନ୍ତି। ସହର ଲୋକମାନେ ନିରନ୍ତର ଭାବେ ସ୍ୱଚ୍ଛ ପାନୀୟ ଜଳ ପାଉଛନ୍ତି, ଗ୍ରୀଷ୍ମ ଦିନରେ କିଛି ୱାର୍ଡ଼ ସମେତ ସହରର ସମସ୍ତ ମୂଖ୍ୟ ଜାଗାରେ ପାନୀୟ ଜଳ ବ୍ୟବସ୍ଥା, ଗାଡି ଯୋଗେ ବିଭିନ୍ନ ୱାର୍ଡ଼ କୁ ପାନୀୟ ଜଳ ଯୋଗାଣ, କୋଣାର୍କ ଉତ୍ସବ, ମାଘ ମେଳା ଓ ନବଗ୍ରହ ପିଠରେ ମଧ୍ୟ ନିରନ୍ତର ପାନୀୟ ଜଳ ବ୍ୟବସ୍ଥା କରାଯାଉଛି। ଏଥି ସହିତ ଦୀର୍ଘ ବର୍ଷ ଧରି ପଡ଼ି ରହିଥିବା ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ଓ ପ୍ରକଳ୍ପ କାମ ଆଗେଇ ଚାଲିଛି। ମେଗା ପ୍ରକଳ୍ପରେ ୪ଟି ବିଶାଳକାୟ ପାଣି ଟାଙ୍କୀ ନିର୍ମାଣ, ଅଫିସ ସୌନ୍ଦର୍ଯ୍ୟକରଣ ଓ ମରାମତି ସହ ବୋରୱେଲ୍ ଥିବା ସ୍ଥାନ ଗୁଡିକ ମଧ୍ୟ ମରାମତି କାର୍ଯ୍ୟ ସମ୍ପାଦନ ହେଉଛି। ଉଭୟ ଦୁଇ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ହେତି କୋଣାର୍କରେ ଜନ ହିତକର ଉନ୍ନୟନ କାର୍ଯ୍ୟ ଜାରି ରହିଥିବା ଯୋଗୁଁ ସାଧାରଣରେ ଖୁଶିବ୍ୟକ୍ତ ପ୍ରକାଶ ପାଇଛି। ,

Leave a Reply

Your email address will not be published. Required fields are marked *