ଓଡିଶା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସାଂଯୋଜକ ଭାବେ ପ୍ରଶାନ୍ତ ସ୍ୱାଇଁ ଙ୍କୁ ମନୋନୀତ

ଓଡିଶା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସାଂଯୋଜକ ଭାବେ ପ୍ରଶାନ୍ତ ସ୍ୱାଇଁ ଙ୍କୁ ମନୋନୀତ lଗୋପ :- 13/09/2023 ପୁରୀ ଜିଲ୍ଲା ର ନିମାପଡା ନିର୍ବାଚନ ମଣ୍ଡଳୀ ର ଗୋପ ପଞ୍ଚାୟତ ର ସୁଯୋଗ୍ୟ ସନ୍ତାନ ପ୍ରଶାନ୍ତ କୁମାର ସ୍ୱାଇଁ ଙ୍କ ପାଇଁ ଗୋପ ବାସୀ ଆଜି ଗର୍ବିତ l ସମଗ୍ର ପୁରୀ ଜିଲ୍ଲାଟି ହେଊଛି କୃଷି ପ୍ରଦାନ ଅଞ୍ଚଳ ଭାବେ ଜଣା ଶୁଣା। ଏହି ଜିଲ୍ଲାର ସମସ୍ତ ବ୍ଲକ ରେ ଥିବା ପଞ୍ଚାୟତ ଗୁଡିକ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ l ବିଶେଷ କରି ଧାନ, ପାନ, ମିନ, ପନିପରିବା, ଦୁଗ୍ଧ ଉତ୍ପାଦନ, ପର୍ଯ୍ୟଟନ ଶିଳ୍ପ, ନଦୀ , ନାଳ,ଭରପୁର ମାନବ ସମ୍ବଳ ରେ ପରିପୂର୍ଣ୍ଣ ଥିବା ସତ୍ତ୍ୱେ ଉକ୍ତ ଅଞ୍ଚଳ କୁ ବିନିଯୋଗ କରିବାରେ ରାଜ୍ଯ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ତେଣୁ ଏ ସବୁର ପ୍ରାକୃତିକ ସମ୍ପଦା କୁ ସଦଉପଯୋଗ କରି ଯୁବ ଚାଷୀଙ୍କୁ ଉନ୍ନତ ପ୍ରଣାଳୀରେ କମ୍ ବିନିଯୋଗ ରେ ଅଧିକ ଫସଲ ଉତ୍ପାଦନ କରାଇବା ସହ ମାର୍କେଟ ଲିଙ୍କେଜ୍ ପାଇଁ ବ୍ୟବସ୍ଥା କରାଯିବ। ମାନନୀୟ ଯଶଶ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଚାଷୀ କଲ୍ୟାଣ ଯୋଜନା ଯେପରି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି , ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ କିଷାନ କ୍ରେଡ଼ିଟ୍‌ କାର୍ଡ଼ , ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଆଦିର ଫାଇଦା କିପରି ସମଗ୍ର ପୁରୀ ଜିଲ୍ଲାର ଚାଷୀ ନେବେ l ସେଥିପାଇଁ ଯତ୍ନଶୀଳ ହେବା ସହ ରାଜ୍ୟ ସରକାର ଉପରେ ଏସବୁ ଯୋଜନା କୁ ଅଧୀକ୍ କ୍ରିୟାଶୀଳ କରିବାକୁ ରାଜନୈତିକ ଚାପ ସୃଷ୍ଟି ପାଇଁ ମଧ୍ୟ ପଛ ଘୁଞ୍ଚା ଦିଆ ଯିବନି ବୋଲି ପ୍ରଶାନ୍ତ କୁମାର ସ୍ୱାଇଁ ପ୍ରତିକ୍ରିୟା ରେ ସ୍ପଷ୍ଟ କରିଛନ୍ତି l ଏଥିପାଇଁ ପୁରୀ ଜିଲ୍ଲାର ସମସ୍ତ ଚାଷୀ ସଂଗଠନ ଓ ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛାବାର୍ତ୍ତା ର ସୁହ ଛୋଟୁଛି l ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ନିମାପଡା ନିର୍ବାଚନ ମଣ୍ଡଳୀ ସମସ୍ତ ନୂତନ ଓ ପୁରାତନ ଏବଂ ଆସନ୍ତୋଷ୍ଟ କୃଷକ ନେତା କର୍ମୀ ଛାତ୍ର ଯୁବସମାଜ ଙ୍କୁ କାର୍ଯ୍ୟକ୍ରମ ରେ ନିୟୋଜିତ କରାଯିବ ବୋଲି ପ୍ରଶାନ୍ତ ଏକ ପ୍ରେସ ମିଟ ରେ ମତାମତ ଉପସ୍ଥାପନା କରିଥିଲେ l

Leave a Reply

Your email address will not be published. Required fields are marked *