ଭୁଶୁଡିଲା ସ୍କୁଲ୍ : ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଲେ ପଚାଶ ଛାତ୍ରଛାତ୍ରୀ
କନ୍ଧମାକ ଜିଲ୍ଲା ବାଲିଗୁଡା ରେ ଅଭାବନୀୟ ଘଟଣା l ବାଲିଗୁଡା ବ୍ଳକ୍ ଅନ୍ତର୍ଗତ ସିନ୍ଦ୍ରିଗାଁ ଗ୍ରାମପଂଚାୟତ ର କିଲୁପଡ଼ା ରେ ଭୁସୁଡ଼ିଲା ସ୍କୁଲ୍ l ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ପଚାଶ ରୁ ଉର୍ଦ୍ଧ୍ବ ଛାତରଛାତ୍ରୀ l ଆଜି ଦଶଟା ବେଳେ ସ୍କୁଲକୁ ଯାଇ ଫାଟକ ନିକଟ ରେ ସ୍କୁଲ ର ଶିକ୍ଷକ ଙ୍କୁ ଅପେକ୍ଷା କରିଥିଲେ ଛାତ୍ର ଛାତ୍ରୀ l ପ୍ରାଥମିକ ଶିକ୍ଷକ ଙ୍କ ତିନି ଦଫା ଆନ୍ଦୋଳନ ଚାଲିଥିବାରୁ ଶିକ୍ଷକ ମାନେ ବି ଇ ଓ ଅଫିସ୍ ରେ ଧର୍ମଘଟ ରେ ବସି ରହିଥିଲେ l ଏହି ସମୟ ରେ ସ୍କୁଲ୍ ର ଶ୍ରେଣୀ ଗୃହ ହଠାତ୍ ଭୁଶୁଡ଼ି ପଡ଼ିଥିଲା l ସ୍କୁଲ୍ ର ଶ୍ରେଣୀ ଗୃହ ଟି ପରିତ୍ୟକ୍ତ ଅବସ୍ଥାରେ ରହିଥିଲା l ବିପଦ ସଙ୍କୁଳ ଅବସ୍ଥା ରେ ସ୍କୁଲ୍ ରେ ପାଠ ପଢା ଚାଲୁ ରହିଥିଲା l ଏନେଇ ସ୍କୁଲ୍ ର ପ୍ରଧାନ ଶିକ୍ଷକ ସମେତ ଗ୍ରାମବାସୀ ସରପଞ୍ଚ ବିଇଓ ବିଡିଓ ଏବଂ ବାଲିଗୁଡା ବିଧାୟକ ଙ୍କୁ ଅବଗତ କରିଥିଲେ ବି କେହି ଶୁଣିନଥିଲେ l ଆଜି ସୌଭାଗ୍ୟ ବଶତଃ ପଚାଶ ଶିଶୁ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି l ଘଟଣା ସମ୍ପର୍କ ରେ ବାଲିଗୁଡା ବିଧାୟକ ଙ୍କୁ ଗ୍ରାମବାସୀ ଖବର ଦେବାକୁ ଫୋନ୍ କରୁଛନ୍ତି କିନ୍ତୁ ବିଧାୟକ ମହୋଦୟ କାଟି ଦେଉଛନ୍ତି l ଏକଥା ଆମେ କହୁନୁ ଦେଖନ୍ତୁ ଏହି ଭିଡ଼ିଓ କିଭଳି ଗ୍ରାମବାସୀ ବିଧାୟକ ଙ୍କୁ ଫୋନ୍ କରି ନିରାଶ ହେଉଛନ୍ତି

