ନୂଆଗାଁ ବ୍ଲକ୍ ର ସମସ୍ତ ବିଦ୍ୟାଳୟ ରେ ତାଲା, ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଅନ୍ଧକାର

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ,: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରସନ୍ ଡାକରାରେ ସମଗ୍ର ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ମାନେ ସମୂହ ଛୁଟି ନେଇ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଠାରେ ୩ ଦଫା ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି। ନୂଆଗାଁ ବ୍ଲକ୍ ର ୪ ଶହ ରୁ ଉର୍ଦ୍ଧ୍ବ ଶିକ୍ଷକ ଛୁଟି ନେଇ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଆଗରେ ଧାରଣା ରେ ବସିଛନ୍ତି।ଫଳରେ ସମସ୍ତ ବିଦ୍ୟାଳୟରେ ତାଲା ଝୁଲୁଛି।ଅଧିକାଂଶ ବିଦ୍ୟାଳୟକୁ ପିଲାମାନେ ପାଠ ପଢିବା ପାଇଁ ଆସିଥିବା ବେଳେ ବିଦ୍ୟାଳୟରେ ତାଲା ଝୁଲୁଥିବା ଦେଖି ନିରାଶ ହୋଇ ଘରକୁ ଫେରୁଛନ୍ତି। ଅନ୍ୟ ପଟେ ରାଜ୍ଯ ସରକାର ଶିକ୍ଷକ ମାନଙ୍କର ଦାବି ପୁରଣ ନକଲା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିବ ବୋଲି ନୂଆଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସୂଚନା ମିଳିଛି।ଆଜିର ଆନ୍ଦୋଳନରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଜିଲ୍ଲା ସମ୍ପାଦକ ଭକ୍ତ ରଞ୍ଜନ ମିଶ୍ର,ଜିଲ୍ଲା ସଭାପତି ତଥା ରାଜ୍ୟ ସାଙ୍ଗଠନିକ ସଂଯୋଜକ ଜ୍ୟୋତିରଂଜନ ଦାସ,ଜିଲ୍ଲା ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡ଼ର ସଭାପତି ଉମେଶ ସ୍ବାଇଁ ,ରଣପୁର ବ୍ଲକ୍ ଶିକ୍ଷକ ନେତା ସୁଶାନ୍ତ କୁମାର ପ୍ରଧାନ ,ନୂଆଗାଁ ବ୍ଲକ୍ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେଶନ ମହାସଚିବ ସୁରେଶ ଚନ୍ଦ୍ର ମହାପାତ୍ର,ନୂତନ ପେନସନ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁଧୀର କୁମାର ପ୍ରଧାନ,ସମ୍ପାଦକ ନରେନ୍ଦ୍ର କୁମାର ବେହେରା , ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ସଭାପତି ପ୍ରକାଶ କୁମାର ବେହେରା , ସମ୍ପାଦକ ସୁଧି ରଞ୍ଜନ ପରିଡ଼ା ଙ୍କ ସମେତ ଶହ ଶହ ଶିକ୍ଷକ ଶିକ୍ଷୟତ୍ରୀ ଧାରଣା ରେ ଉପସ୍ଥିତ ଥିଲେ।ଏଭଳି ପରିସ୍ଥିତିରେ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଅନ୍ଧକାର ମୟ ହେବାକୁ ଯାଉଥିବାରୁ ଶିକ୍ଷକ ମାନଙ୍କ ଦାବି ସରକାର ଶୀଘ୍ର ପୂରଣ କରିବାକୁ ଅଭିଭାବକ ଏବଂ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *