ଭଦ୍ରକ ପୀରହାଟ ପୋଲିସ ଥାନାରେ ମାମଲା ମାଳ ମାଳ ହେଲେ ଥାନାର କାର୍ଯ୍ଯାନୁଷ୍ଠାନ ପୁରାପୁରି ଦୁର୍ବଳ,ଏସପିଙ୍କ ନିକଟରେ ନ୍ୟାୟ ଭିକ୍ଷା କରୁଛନ୍ତି ଅଭିଯୋଗକାରୀ ।ଜମିବାଡି ମାମଲାକୁ ନେଇ ବିବାଦ ; ଥାନାରେ ମାମଲା।

ଭଦ୍ରକ:୨୨/୭ – ଲକଡାଉନ ସମୟରେ ଭଦ୍ରକ ଜିଲ୍ଲାରେ ଜମିବାଡ଼ି ମାମଲାରେ ବୃଦ୍ଧି ପାଇବାରେ ଲାଗିଛି । ଏପରି ଅବସ୍ଥାରେ କିଛି ମାମଲା ସମାଧାନ ହେଉଥିବା ବେଳେ ଆଉ କିଛି ନ୍ୟାୟ ନପାଇଁ ଏସପିଙ୍କ ଦ୍ବାରସ୍ଥ ହେଉଛନ୍ତି । ଏପରି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପିରାହାଟ ଥାନା ଅଞ୍ଚଳରେ । ଏହି ଥାନା ଅଞ୍ଚଳରେ ଥିବା ଦୌଲତପୁର ଗ୍ରାମର ରଜନୀକାନ୍ତ ମିଶ୍ରଙ୍କ ଘର ସାମ୍ନାରେ ବାଡ଼ ବୁଜାକୁ ନେଇ ଆକ୍ରୋଶ ଶିକାର ହୋଇଥିଲେ। ଅପର ପକ୍ଷର ଲୋକେ ତାଙ୍କ ଉପରେ ଖଣ୍ଡା, ଭୁଜାଲି ଓ ଠେଙ୍ଗାରେ ମରଣାତ୍ମକ ଆକ୍ରମଣ କରିଥିଲେ । ଏମାନଙ୍କ ବ୍ୟତୀତ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ଉପରେ ମଧ୍ୟ ଆକ୍ରମଣ କରିବା ସହିତ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଛନ୍ତି । ଏହି ଘଟଣାକୁ ନେଇ ପିରାହାଟ ଥାନାରେ ପୀଡିତଙ୍କ ପକ୍ଷରୁ ଜୁନ ୧୩ ତାରିଖରେ ଏକ ଏତଲା ଦିଆ ଯାଇଥିଲା। ଏତଲା କୁ ଭିତ୍ତିକରି ପୁଲିସ Case No; 94/2021 ନଂ ରେ ଏକ ମାମଲା ରୁଜୁକରି ବିଭିନ୍ନ ଦଫା ଲଗାଇଥିଲେ କିନ୍ତୁ ଏହାପରେ ଅଜକୁ ଏକମାସ ବିତି ଯାଇଥିଲେ ମଧ୍ୟ ଅସମୀକୁ ଗିରଫ କରିବାରେ ଫେଲ ହେଇଛି ପୁଲିସ। ଆସାମୀ ଖୋଲାଖୋଲି ଭାବରେ ବୁଲୁଥିବା ବେଳେ ପୁଲିସ କହୁଛି ଆମେ ପ୍ରମାଣ ଖୋଜୁଛୁ, ସାକ୍ଷୀ ଖୋଜୁଛୁ ମିଳିଲେ ଗିରଫ କରିବୁ । ଏପରି ଘଟଣାକୁ ନେଇ ପୀଡିତ ପରିବାର ଆସି ଭଦ୍ରକ ଏସପି ଅଫିସଙ୍କୁ ଭେଟିଛନ୍ତି। ଏସପି ନିଶ୍ଚୟ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବେ ବୋଲି ଆଶା ରଖି ପିଢିତ ଲୋକେ ଘରକୁ ଫେରି ଯାଇଥିବା ବେଳେ ଆଗକୁ ଏହାର ସମାଧାନ କିପରି ହେଉଛି ତାହା ଦେଖିବାର ସମୟ ।

Leave a Reply

Your email address will not be published. Required fields are marked *