ବିଶ୍ଵନିୟନ୍ତାଙ୍କ ରଥ ସେବା ସମ୍ମାନ ଅନୁଷ୍ଠିତ

ବିଶ୍ଵନିୟନ୍ତାଙ୍କ ରଥ ସେବା ସମ୍ମାନ ଅନୁଷ୍ଠିତ

ସେବା ଓ ସମର୍ପଣ ପାଇଁ କୃତଜ୍ଞତା ଏକ ଆବଶ୍ୟକତା

ଯେଉଁମାନେ ବିଶ୍ଵନିୟନ୍ତାଙ୍କ ରଥଯାତ୍ରା କୁ ନିଜର ସେବା ଓ ସମର୍ପଣ ଦ୍ବାରା ସଫଳ କରନ୍ତି, ସେମାନଙ୍କ ପାଖରେ ଏହି ଜାତି କୃତଜ୍ଞତା ଜ୍ଞାପନ କରିବା ଏକ ଆବଶ୍ୟକତା ବୋଲି କହିଛନ୍ତି ଆଇନ, ଅବକାରୀ ଓ ନିର୍ମାଣ ଵିଭାଗ ମନ୍ତ୍ରୀ ପୃଥିବୀରାଜ- ହରିଚନ୍ଦନ-।
ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ପୁରୀ ଟାଉନ୍ ହଲ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଷଷ୍ଠତମ ସମ୍ମାନ ପ୍ରଦାନ ଉତ୍ସବ ରେ ….. ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ କହିଥିଲେ ଯେ ଆଗାମୀ ବର୍ଷ ସରକାରଙ୍କ ସହଯୋଗ ରେ ଏପରି ସମ୍ମାନ ପ୍ରଦାନ କରାଯିବା ସହିତ ସେବାୟତ ଓ ବିଶ୍ଵକର୍ମାଙ୍କ କଲ୍ୟାଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ପ୍ରଫେସହ ହରେକୃଷ୍ଣ ଶତପଥୀଙ୍କ ଅଧ୍ୟକ୍ଷତା ଓ ସଂପାଦକ ରାଜେଶ କୁମାର ମହାନ୍ତିଙ୍କ ପରିଚାଳନା ଓ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ସାଂସଦ ଡକ୍ଟର ସମ୍ବିତ ପାତ୍ର, ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ପ୍ରାକ୍ତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ କହିଥିଲେ ଯେ ଶ୍ରୀଶ୍ରୀକ୍ଷେତ୍ର ସୂଚନା ର ଏହି ଉଦ୍ୟମ ଓ ସଫଳକାର୍ଯ୍ୟକ୍ରମ ର ଭୂୟସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବେ, କେନ୍ଦ୍ର୍ରୀୟ ରେଞ୍ଜ ପୋଲିସ ମହାନୀରିକ୍ଷକ ଡକ୍ଟର ସତ୍ୟଜିତ ନାୟକ,ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମହେଶ କୁମାର ସାହୁ, ଜଗନ୍ନାଥ ପୂଜାପଣ୍ଡା ସାମନ୍ତ, ମଧୁସୂଦନ ସିଂହାରୀ,, ବଳରାମ କୋଟ ମହନ୍ତ ରଘୁଵୀର ଦାସ, ଅନୁଷ୍ଠାନ ର.. ଉପଦେଷ୍ଟା ତଥା ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ସଦସ୍ୟ ଡକ୍ଟର ବଦ୍ରି ମିଶ୍ର, ସେବାୟତ ମାଧବ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ, ରାମଚନ୍ଦ୍ର ଦାସ ମହାପାତ୍ର, ଭଗବାନ ସୁଆର,ତଳୁଛ ନୀଳକଣ୍ଠ ମହାପାତ୍ର ଯୋଗଦାନ କରି, ରଥଯାତ୍ରା ସୁପରିଚାଳନା ରେ ସମସ୍ତ ସେବାୟତ,ରଥ ବିଶ୍ଵକର୍ମା, ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ, ଓଡ଼ିଶା ର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଓ ପୁରୀ ସହରବାସୀଙ୍କ ତ୍ୟାଗ ଓ ସମର୍ପଣ ଠାରେ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ଅବସରରେ ଆଇନମନ୍ତ୍ରୀ ପୃଥିଵୀରାଜ ହରିଚନ୍ଦନ ଓ ସମସ୍ତ ଅତିଥିମାନଙ୍କୁ ଠାକୁରଙ୍କ ଲାଗି ଖଣ୍ଡୁଆ ଓ ଉପଢୌକନ ପ୍ରଦାନ କରାଯାଇଥିଲା ଓ ଏହି ପରିପ୍ରେକ୍ଷୀରେ ଜାତୀୟ ଲୋକମେଳା ଓ କୃଷି ମେଳାର ରୌପ୍ୟ ଜୟନ୍ତୀ ବ୍ରୋଚର ଉନ୍ମୋଚିତ ହୋଇଥିଲା। ପରେପରେ ପ୍ରଶାସନ, ସେବାୟତ ଓ ବିଶ୍ଵକର୍ମାମାନଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ଡକ୍ଟର ବିଶ୍ଵନାଥ ମିଶ୍ର, ଶ୍ୟାମପ୍ରକାଶ ସେନାପତି ଓ ରିତେଶ ମହାନ୍ତି ସଞ୍ଚାଳନ କରିଥିବା ସମୟରେ ପରିଚାଳନା ରେ ସହଯୋଗ କରିଥିଲେ ମଧୁସୂଦନ ମିଶ୍ର, ହେକ୍ଟର ମିଶ୍ର, ଭବାନୀ ପ୍ରସାଦ ସାହୁ ଓ ଉପାଧ୍ୟକ୍ଷ ଭରତ କୁମାର ନାୟକ।

Leave a Reply

Your email address will not be published. Required fields are marked *