ଏନଏଚ 5 3ନମ୍ବର ଜାତୀୟ ରାଜପଥରେ ଧାନତଳି ରୋଇଲେ ଅଞ୍ଚଳବାସୀ
ଓଡିଶାର ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଛକ ହେଉଛି ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ।ତିନିଗୋଟି ଜାତୀୟ ରାଜପଥର ମଧ୍ୟ ଚଣ୍ଡିଖୋଲ ଛକ ହେଉଛି ସଂଯୋଗ ସ୍ଥଳୀ।ବ୍ୟବସାୟିକ ସ୍ଥରରେ ଏହି ଛକ ବେଶ୍ ଖ୍ୟାତି ଅର୍ଜନ କରିଛି।କେନ୍ଦୁଝରରୁ ଲୁହାପଥର ଭାରତ ବାହାରକୁ ଚଣ୍ଡିଖୋଲ ଛକ ଦେଇ ହଜାର ହଜାର ଗାଡି ପ୍ରତିଦିନ ଯାତାୟାତ କରୁଛନ୍ତି।କିନ୍ତୁ ବଡ ଦୁଃଖ ଓ ପରିତାପର ବିଷୟ ପ୍ରଶାସନିକ ଅବହେଳା ଏବଂ ରାଜନୈତିକ ଇଛାଶକ୍ତିର ଅଭାବ ପାଇଁ ଏହି ଛକଟିର ଅବସ୍ଥ ଶୋଚନୀୟ ହୋଇପଡିଛି।ଏହି ଛକର ମୁଖ୍ୟ ରାସ୍ତା ଆଣ୍ଠୁଏ ଗର୍ଭ ହୋଇଥିବାରୁ ଜନ ସାଧାରଣ ପାଇଁ ମରଣଯନ୍ତା ପାଲଟିଛି।ଯାହା ଫଳରେ ଜନ ସାଧାରଣ ଅତିଷ୍ଟ ହୋଇ ଏକ ଅଭିନବ ଉପାୟରେ ରାସ୍ତାରେ ଆଜି ଧାନ ତଳି ରୋପଣ କରି ଏହାର ପ୍ରତିବାଦ ଜଣାଇଛନ୍ତି।ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଏହାର କିଛି ପ୍ରତିକାର କରାଯାଇ ନାହିଁ।ସେଥିପାଇଁ ଆନ୍ତଃରାଜ୍ୟ ମାନବଧିକାର ଉତ୍ତର ଓଡିଶାର ସଭାପତି ମାନସ ରଂଜନ ଖଣ୍ଡାଇଙ୍କ ନେତୃତ୍ୱରେ ଚଣ୍ଡିଖୋଲର ବରିଷ୍ଟ ନାଗରିକ ମାନ ଗୋବିନ୍ଦ ଦାସ,ସର୍ବେଶ୍ୱର ବାରିକ,ଉଦିତ୍ ନାରାୟଣ ମହାପାତ୍ର,ସମ୍ବିତ ରାଉତ ପ୍ରମୁଖ ଏଠାରେ ଧାନ ତଳି ରୋପଣ କରିଥିଲେ।ଏହାର ପ୍ରତିକାର କରା ନ ଗଲେ ଆଗାମି ଦିନରେ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ ବୋଲି ଚେତାବନି ଦେଇଥିଲେ।
ଧର୍ମଶାଳା ରୁ ଈଶ୍ୱର ଚନ୍ଦ୍ର ବାରିକ ଙ୍କ ରିପୋର୍ଟ।
