ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିନ ପାଇଁ : ବିଜେପି ର ରକ୍ତ ଦାନ ଶିବିର
ଜଗତସିଂହପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦିଙ୍କ ଜନ୍ମ ଦିବସ ଅବସରରେ ଏହାକୁ ବିଜେପି ସେବା ପକ୍ଷ ଭାବରେ ପାଳନ କରିଛି । ଆସନ୍ତା କାଲି ପକ୍ଷ ର ଶେଷ ଦିବସ,ଏଥି ପାଇଁ ଆଜି ଜଗତସିଂହପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ସ୍ଵେଛାକୃତ ରକ୍ତ ଦାନ ଶିବିର ସ୍ଥାନୀୟ ସାରଦା ମଣ୍ଡପ ରେ ଉପ ସଭାପତି କାଲିକିଂକର ମହାନ୍ତି ଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ଉଦଘାଟନ କରିଥବା ବେଳେ, ତିର୍ତ୍ତୋଲ ର ବିଜେପି ନେତା ରାଜକିଶୋର ବେହେରା, ବରିଷ୍ଠ ବୁଦ୍ଧିଜୀବୀ ଶ୍ରୀକାନ୍ତ ଚୌଧୀରି, ଜିଲ୍ଲା ଉପସଭାପତି କଳ୍ପନା ମହାନ୍ତି ମହାନ୍ତି, ସର୍ଜନ ସିଂହ, ଜିଲ୍ଲା ସାଧାରଣ ସମ୍ପାଦକ ଜଗନାଥ ଦାଶ,ମିଡ଼ିଆ ସେଲ ଅଦକ୍ଷ ଗଣେଶ ପ୍ରସାଦ ମହାନ୍ତି, ପୌରଉପାଧ୍ୟାକ୍ଷ ରାଜେନ୍ଦ୍ର ବିଶୋଇ, ନଗର ମଣ୍ଡଳ ସଭାପତି ଅକ୍ଷୟ କୁମାର ପାତ୍ର, ରାଜ୍ୟ ଯୁବ ମୋର୍ଚ୍ଚା ଉପସଭାପତି ଡ଼.ପ୍ରକାଶ ଦଳାଇ, ସମ୍ବିତ ବେହୁରା,ହୃଷିକେଶ ନନ୍ଦ,ଲିଙ୍ଗରାଜ ଲେଙ୍କା, ପ୍ରଦୀପ ସେଠ୍ୟ, ତ୍ରିନାଥ ବରାଳ, ପ୍ରଭୁତି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ, 50 ଜଣ ରକ୍ତ ଦାନ କରିଥିଲେ, ଏଥ୍ୟରେ ଜିଲ୍ଲା ବ୍ଲଡ଼ ବ୍ୟlଙ୍କ ର ଡ଼.ଶୁଭ୍ରା ନନ୍ଦ ଓ ତାଙ୍କ ଟୀମ ଦ୍ୱାରl ରକ୍ତ ସଂଗ୍ରହ କରାଯାଇ ଥିଲା ।
ଜଗତସିଂହପୁର ରୁ ରୀତା ସାହୁଙକ ରିପୋର୍ଟ ।
