ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ଷଷ୍ଠ ପ୍ରେରଣା ଦାୟକ ବକ୍ତୃତାମାଳା ଅନୁଷ୍ଠିତ

ଭୁବନେଶ୍ୱର -ତା.୧୫.୧୦.୨୦୨୩-ଚାପମୁକ୍ତ ଜୀବନ ହିଁ ଖୁସି ଜୀବନ । ଯୁବସମାଜ ଚାପମୁକ୍ତ ହୋଇ କିଭଳି ବିଭିନ୍ନ ପ୍ରତିଯୋଗିତା ଗୁଡିକରେ କୃତକାର୍ଯ୍ୟ ହୋଇ ଓଡିଶାର ସୁନାମ ଆଣିବେ ଏ ପରିପ୍ରେକ୍ଷୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପାଠକ ପାଠିକା ମାନଙ୍କ ଏକ ପ୍ରେରଣା ଦାୟକ ବକ୍ତୃତାର ଆୟୋଜନ କରାଯାଇଥିଲା ।ଏହି ଅବସରରେ ମୁଖ୍ୟବକ୍ତା ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ପାଠକ ପାଠିକା ମାନେ କିପରି ନିଜ ଜୀବନରେ ଉନ୍ନତି କରି ସଫଳତାର ଶୀର୍ଷ ରେ ପହଞ୍ଚି ପାରିବେ ଓ ଚାପମୁକ୍ତ ରହି ପାରିବେ କେତେ ଗୋଟି ଉପାୟ ବିଷୟରେ ପାୱାର ପଏଣ୍ଟ ମାଧ୍ୟମରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ଶାସନ ସଚିବ ତଥା ସ୍ଵତନ୍ତ୍ର କର୍ତ୍ତବ୍ଯରତ ଅଧିକାରୀ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ଶ୍ରୀମତୀ ଅତସୀ ଦାସ ସ୍ବାଗତ ଭାଷଣ ପ୍ରଦାନ ସହ ଅଧ୍ୟକ୍ଷତା କରି କଠିନ ପରିଶ୍ରମ ଓ ସମୟର ସଦୁପଯୋଗ କରି ସମ୍ପୂର୍ଣ୍ଣ ଭାବେ ଚାପମୁକ୍ତ ରହି ଭବିଷ୍ୟତ ଗଠନ କରିବା ସହିତ ନିଜ ଭିତରେ ଆତ୍ମ ବିଶ୍ୱାସ ଜନ୍ମାଇ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଗୁଡିକରେ କିପରି କୃତକାର୍ଯ୍ୟ ହୋଇପାରିବେ, ସେଥିପାଇଁ ପ୍ରେରଣା ପ୍ରଦାନ କରିଥିଲେ ।ଉକ୍ତ କର୍ମଶାଳାରେ ଗ୍ରନ୍ଥାଧ୍ୟକ୍ଷା ଶ୍ରୀମତୀ ସଂଘମିତ୍ରା ସାହୁ, ଗ୍ରନ୍ଥାଧ୍ୟକ୍ଷ ଶ୍ରୀ ରୁଦ୍ର ପ୍ରସାଦ ବେହେରା, ଶ୍ରୀ ବିଦ୍ୟାଧର ପଣ୍ଡା, ଗ୍ରନ୍ଥାଧ୍ୟକ୍ଷା ଶ୍ରୀମତୀ ସଳିତା ପାତ୍ର,ପାଠାଗାରର ସମସ୍ତ କର୍ମଚାରୀ, ପାଠକ ପାଠିକା,ଖବର ପ୍ରସାରଣ ସଂସ୍ଥାର କର୍ମକର୍ତ୍ତାମାନେ ଭାଗ ନେଇଥିଲେ।

Leave a Reply

Your email address will not be published. Required fields are marked *