ନୀରିହ ଆଦିବାସୀ ଦଳିତ ଲୋକନମାଙ୍କ ଠାରୁ ଟଙ୍କା ଲୁଟ

କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ଅନ୍ତର୍ଗତ ଋତୁଙ୍ଗିଆ ଗ୍ରାମ ପଞ୍ଚାୟତ ରେ ନକଲି ବଙ୍ଗାଳି ଡାକ୍ତର ସେ ଜଣେ ନିଜକୁ M.B.B.S. ଡାକ୍ତର କହି ଋତୁଙ୍ଗିଆ ରେ ଘରୋଇ ଚିକିତ୍ସା କେନ୍ଦ୍ର କରି ବସିଛନ୍ତି। ସାଧାରଣ ଜ୍ଵର ହେଲେ ମଧ୍ୟ ଲୋକ ମାନଙ୍କ ଠାରୁ ସାଲାଇନି ଇଂଜେକ୍ସନ ଦେଇ ହଜାର ହଜାର ଟଙ୍କା ଲୁଟୁଛି । କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରତେକ ଗ୍ରାମ ପଂଚାୟତ ମାନଙ୍କରେ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟି ମାନଙ୍କୁ ନିଯୁକ୍ତି କରାଯାଉଛି। ହେଲେ ସେମାନଙ୍କୁ ପଛେରେ ପକେଇ ବାଙ୍ଗାଲା ଦେଶରୁ ଆସି ଜଣେ ବ୍ୟକ୍ତି ନିଜକୁ ଆମେ ଡାକ୍ତର କହି ବସା ବାନ୍ଧିଛନ୍ତି। ଏହାକୁ ସହଜରେ ବିଶ୍ୱାସ କରିଛନ୍ତି। ଆମ ଆଦିବାସୀ ଓବିସି ଦଳିତ ଵର୍ଗର ଲୋକ ।ବାବୁଙ୍କୁ ପଚାରିଲେ ହଁ କହୁଛନ୍ତି। କିନ୍ତୁ କାଗଜ ପତ୍ର ନାହିଁ। ପ୍ରଶ୍ନ ଉଠୁଛି ବିନା ମେଡିସିନୀ ପାଠରେ ବନିଯାଇଛନ୍ତି। ଡାକ୍ତର ନାଁ ଅଛି ଫାର୍ମାସିଷ୍ଟି ଲାଇସେନ୍ସେ ନାଁ ଅଛି M.B.B.S.ସାଠିପିକେଟ ବିନା କାଗଜପତ୍ରରେ ଋତୁଙ୍ଗିଆ ରେ ବସାବାନ୍ଧିଛନ୍ତି ।ଏହାକୁ ନେଇ ଫୁଲବାଣୀ ଡ୍ରକ୍ସ ଇନିସିପେକ୍ଟର ଜାଣିଛନ୍ତି କି ନାହିଁ । ଯଦି ଜାଣିନାହାନ୍ତି । ତେବେ ତୁରନ୍ତ ଋତୁଙ୍ଗିଆ ଯାଇ ତଦନ୍ତ କରନ୍ତୁ । କେତେବେଳେ କୌଣସି ସମୟରେ ଆମ ଆଦିବାସୀ ମାନଙ୍କର ଭୁଲୁ ଇଂଜେକେସନ ଦେଇ ମାରିଦେଇ ପାରନ୍ତି। ଏହାକୁ ବାଲିଗୁଡା ଥାନା ଅଧିକାରୀ ମଧ୍ୟ ତଦନ୍ତ କରନ୍ତୁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ବାଳିଗୁଡ଼ା ଭବାନୀ ଶଙ୍କର ଜେନା ରିପୋର୍ଟର

Leave a Reply

Your email address will not be published. Required fields are marked *