ବ୍ୟାସ ଫାଉଣ୍ଡେସନର ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧିତ ଉତ୍ସବ ଅନୁଷ୍ଠିତ
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ସ୍ଥିତ ଆନନ୍ଦ ମଣ୍ଡପ ଠାରେ ବ୍ୟାସ ଫାଉଣ୍ଡେସନ ର ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟ ର ପୂର୍ବତନ କୁଳପତି ଡ଼ ହରେକୃଷ୍ଣ ଶତପଥୀ, ଡ଼ ସ୍ମୃତି ସାଗର ମହାରାଜ, ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷ। ସ୍ନେହମୟୀ ଆଚାର୍ଯ୍ୟ, ସମ୍ପାଦକ ଦେବେନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗ ଦେଇ ତୈମାସିକ ପତ୍ରିକା ଜ୍ଞାନାଞ୍ଜନ ଓ ଡ଼ ସିଧେଶ୍ୱର ପଣ୍ଡା ଙ୍କ ଦ୍ଵାରା ରଚିତ ପୁସ୍ତକ ଅନନ୍ୟା ଉନ୍ମୋଚିତ କରିଥିଲେ । ପରେ ଅତିଥି ମାନଙ୍କ ଦ୍ୱାରା ବର୍ଷିୟାନ ରାଜନୀତିଜ୍ଞ ଓ ସମାଜସେବୀ ମୁରଲୀଧର ରଥଙ୍କୁ ବିଶେଷ ପ୍ରତିଭା ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ଜଗତସିଂହପୁର ରୁ ରୀତା ସାହୁ
