ଇଂରାଜୀ କ୍ଷୁଦ୍ର ଗଳ୍ପ ସଂକଳନ ଉନ୍ମୋଚିତ
ଇଂରାଜୀ କ୍ଷୁଦ୍ର ଗଳ୍ପ ସଂକଳନ ଉନ୍ମୋଚିତ
ପୁରୀ:୨୪/୧୦: ସ୍ଥାନୀୟ ରୋଟାରୀ କ୍ଲବ ସଭାଗୃହରେ ସୁଲଭ ପ୍ରକାଶନୀ ଦ୍ୱାରା ପ୍ରକାଶିତ ଆୟୁଷ ପୃଷ୍ଟିଙ୍କ ରଚିତ ଏକ କ୍ଷୁଦ୍ର ଗଳ୍ପ ସଂକଳନ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇପାଇଛି । ପ୍ରିୟପତ୍ର ସମ୍ପାଦକ ବିପିନ ବିହାରୀ ଦଳାଇଙ୍କ ସଭାପତିତ୍ବରେ ଆୟୋଜିତ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ଉଦ୍ଘାଟକ, ଶିକ୍ଷାବିତ ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମିଶ୍ର-ମୁଖ୍ୟବକ୍ତା, ଶ୍ରୀଯୁକ୍ତ ଅବନୀଶ ରଥ, ଡକ୍ଟର ଚିତ୍ତରଞ୍ଜନ ମିଶ୍ର- ସମ୍ମାନିତ ଅତିଥି, ଶିଶୁ ସମାଚାର ମାସିକ ପତ୍ରିକାର ସମ୍ପାଦକ ଶ୍ରୀଯୁକ୍ତ ସୁକାନ୍ତ ପଣ୍ଡା, ଇଞ୍ଜିନିୟର ସଙ୍ଘମିତ୍ରା ଦାସ, ଶ୍ରୀଯୁକ୍ତ ଭଗବାନ ନାୟକ ଏବଂ ଶ୍ରୀଯୁକ୍ତ ରାଜକିଶୋର ଦେଓ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଆୟୁଷ ପୃଷ୍ଟିଙ୍କୁ ତାଙ୍କ ରଚିତ ସଙ୍କଳନ ଶୁଭେଚ୍ଛା ଓ ଶୁଭାଶିଷ ଜଣାଇଥିଲେ। ଆୟୁଷର ପିତା ଅଜୟ କୁମାର ପୃଷ୍ଟି, ମାତା ଶ୍ରୀମତୀ ସବିତା ପୃଷ୍ଟି ଏବଂ ବନ୍ଧୁ ପରିଜନ ଏହି ଉତ୍ସବରେ ଯୋଗ ଦେଇଥିଲେ। ଉତ୍ସବ ପରିଚାଳନା କରିଥିଲେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର ଏବଂ ସର୍ବାଣୀ ଦାସ। ଶେଷରେ ଶ୍ରୀମତୀ ରେଣୁକା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଭାକର ପ୍ରଧାନ, ବିଶ୍ୱବନ୍ଧୁ ଦାଶ, ପ୍ରମୋଦ କୁମାର ପ୍ରଧାନ,
ଚନ୍ଦ୍ରଶେଖର ମହାରାଣା ପ୍ରମୁଖ ଉପସ୍ଥିତ ଥିଲେ ।।
