ନବାଗତଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା


ଆସିକା ତା ୨୧/୧୦- ନବାଗତ ବିଦ୍ୟାର୍ଥୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରି ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ ସମସ୍ତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି। ବାଣିଜ୍ୟ, ଉଦ୍ଭିଦ ବିଜ୍ଞାନ, ଗଣିତ ଏବଂ ଇତିହାସ ବିଭାଗର ଯୁକ୍ତ ତିନି ପ୍ରଥମ ବର୍ଷର ସମସ୍ତ ନବାଗତ ଶିକ୍ଷାର୍ଥି ତଥା ଶିକ୍ଷାର୍ଥୀନି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଭବିଷ୍ୟତ ସ୍ବପ୍ନକୁ ସାକାର କରିବା ପାଇଁ ଏବଂ ଉଚ୍ଚ ଶିକ୍ଷିତ ହୋଇ ଦେଶ ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଉପରୋକ୍ତ ସମସ୍ତ ବିଭାଗର ନବାଗତ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ କରାଯାଇଥିଲା। ନିଜର ଚରିତ୍ରକୁ ମଜ୍ଜାଗତ କରିବା ପାଇଁ ସମସ୍ତ ବିଭାଗୀୟ ଅଧ୍ୟାପକ ଓ ଅଧ୍ୟାପିକା ବିଦ୍ୟାର୍ଥୀମାନଙ୍କୁ କହିଥିଲେ। ଶିକ୍ଷା କେବଳ ଉଚ୍ଚ ଶିକ୍ଷିତ କରି ନ ଥାଏ, ସର୍ବାଗ୍ରେ ଭଲ ମଣିଷ ହେବା ପାଇଁ ମାର୍ଗ ପ୍ରସ୍ତୁତି କରେ, ବୋଲି ପ୍ରଶାସନିକ ଅଧିକାରୀ ମେଜର ଡ. ଶଙ୍କର ପ୍ରସାଦ ଅଧିକାରୀ ମତ ବ୍ୟକ୍ତ କରିଥିଲେ। ଭାରତ ତଥା ଓଡିଶା ସରକାରଙ୍କ ମେକ୍ଇନଇଣ୍ଡିଆ ଏବଂ ମେକ୍ଇନଓଡିଶା କାର୍ଯ୍ୟକ୍ରମକୁ ସାକାର କରିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଅଥିଲା। ଯୁକ୍ତ ତିନି ଦ୍ବିତୀୟ ଓ ତୃତୀୟ ବର୍ଷର ସମସ୍ତ ବରିଷ୍ଠ ଛାତ୍ରଙ୍କ ସହ ଭାଇଚାରାର ସହଯୋଗ କାମନା କରିବା ପାଇଁ ନବାଗତ ଛାତ୍ରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଅଧ୍ୟକ୍ଷ ନିଜର ଅଧ୍ୟକ୍ଷତା ଭାଷଣରେ ନିଜ ମହାବିଦ୍ୟାଳୟକୁ ପ୍ରତ୍ୟେକ କ୍ଷେତ୍ରରେ ଯଥା – ଶୈକ୍ଷିକ, କ୍ରୀଡା ତଥା ଅନ୍ୟାନ୍ୟ ପଠନ ସମ୍ବନ୍ଧୀୟ ପ୍ରତିଯୋଗିତା ମାନଙ୍କରେ ରାଜ୍ୟସ୍ତରୀୟ ଏକ ନମ୍ବର ମାନ୍ୟତା ପ୍ରଦାନ କରିବା

ପାଇଁ ନବାଗତ ଛାତ୍ରଛାତ୍ରୀମାନଙ୍କ ନିକଟରେ ଆଶାର ସଂଚାର କରିଥିଲେ। ବରିଷ୍ଠ ପ୍ରାଧ୍ୟାପକ ବିଘ୍ନରାଜ ପାଢୀ, ପ୍ରାଧ୍ୟାପିକା ଡ. ନନ୍ଦିତା ଦାଶ, ଅଧ୍ୟାପକ ଚ଼ିତ୍ରସେନ ବେହେରା, ଆକାଶ ବେହେରା, ସାରଥୀ ଗୋମାଙ୍ଗୋ, ରାଜେନ୍ଦ୍ର ଗୌଡ଼, ପ୍ରିୟବ୍ରତ ପ୍ରଧାନ, ପବିତ୍ର ଧଙ୍ଗଡାମାଝୀ, ଅଧ୍ୟାପିକା ସୁଶ୍ରୀ ରଶ୍ମିପ୍ରିୟା କାଲୋ, ଶ୍ରୀମତୀ ମଞ୍ଜୁ ଡ଼ାକୁଆ ଏହି ଅବସରରେ ମଞ୍ଚାସୀନ ଥିଲେ।

ରଞ୍ଜନ କୁମାର ରାଉତ reporter

Leave a Reply

Your email address will not be published. Required fields are marked *