ପାର୍ବଣରେ ହିଞ୍ଜିଳି ଉପ ଡାକଘରେ ଦୂର୍ବୃତ୍ତଙ୍କ ତାଲା କଟା ପର୍ବ

ପାର୍ବଣରେ ହିଞ୍ଜିଳି ଉପ ଡାକଘରେ ଦୂର୍ବୃତ୍ତଙ୍କ ତାଲା କଟା ପର୍ବ ।ହିଞ୍ଜିଳି କାଟୁ ସହର ମଧ୍ୟରେ ଥିବା ଡାକ ଘର କୁ ବିଳମ୍ବିତ ରାତ୍ରରେ କୌଣସି ଦୂର୍ବୃତ୍ତ ତାଲା କୁ କାଟି ଘରକୁ ପସିଛି । ମୁଖ୍ୟ ଦ୍ବାର ସହିତ ଉପର ମହଲାରେ ଥିବା ଆଲମାରୀ ର ତାଲା ଭାଙ୍ଗିବା ସହିତ କାଗଜପତ୍ର ଏଣେତେଣେ ପଡିବା ହିଞ୍ଜିଳି ଉପ ଡାକଘରେ ଦେଖିବା ମିଳିଛି ।ଘଟଣା ଟି ଗତକାଲି ବିଳମ୍ବିତ ରାତିରେ ଘଟିଥିବା ବେଳେ ୨୩/୧୦/୨୩ ସୋମବାର ଦିନ ସକାଳୁ ସକାଳୁ ନିକଟସ୍ଥ ଥାନାରେହିଞ୍ଜିଳି ଉପ ଡାକଘର ବିଭାଗୀୟ ଅଧିକାରୀ ଙ୍କ ଏତଲା ପ୍ରକାରେ ଘଟଣା ଉପରେ ହିଞ୍ଜିଳି ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।ସିସିଟିଭି ଯାଂଚ ରେ ପ୍ରକୃତ କାରଣ ଓ ଦୂର୍ବୃତ୍ତ କାହିଁକି ଓ କେଉଁ କାରଣରୁ ଚୋରାଇବା ପାଇଁ ହିଞ୍ଜିଳି ଉପ ଡାକଘର ର ତାଲା କାଟି ପଶିଥିଲା ତାହାର ରହସ୍ୟ ଉନ୍ମୋଚନ ହୋଇପାରିବ ।

Leave a Reply

Your email address will not be published. Required fields are marked *