ଓଡିଶା ସମଗ୍ର ଶିକ୍ଷା ଯୁଗ୍ମ ନିର୍ଦ୍ଦେଶକଙ୍କ କନ୍ଧମାଳର ବିଭିନ୍ନ ଆସିଷ୍ଟାଣ୍ଡ ସ୍କୁଲ ପରିଦର୍ଶନ ।


ଫୁଲବାଣୀ:-୨୭/୦୭-ଓଡିଶା ସମଗ୍ର ଶିକ୍ଷା ଯୁଗ୍ମ ନିର୍ଦ୍ଦେଶକ ବିଶ୍ୱନାଥ ତରାଇଙ୍କ ଦୁଇଦିନିଆ କନ୍ଧମାଳ ଗସ୍ତରେ ଆସି ଖୋଲା ଯାଇଥିବା ଦଶମ ଓ ଦ୍ୱାଦଶ ବିଦ୍ୟାଳୟ ଗୁଡ଼ିକୁ କୋଭିଡ ଗାଇଡ଼ ଲାଇନ ଉପରେ ପ୍ରତି ବିଦ୍ୟାଳୟକୁ ଦିଆଯାଇଥିବା ନିର୍ଦ୍ଦେଶ ପ୍ରକାରେ ବିଦ୍ୟାଳୟରେ ସାନିଟାଇଜର କରାଯିବା,ସମସ୍ତ ଛାତ୍ରଛାତ୍ରୀ ମାନେ ମାକ୍ସ ବ୍ୟବହାର କରିଥିବା,ବିଦ୍ୟାଳୟ ପରିବେଶ ସଫାସୁତୁରା ରହୁଥିବା ଶ୍ରେଣୀ ଗୃହରେ ସାମାଜିକ ଦୂରତା ରକ୍ଷାକରିବା ପାନୀୟ ଜଳର ବ୍ୟବସ୍ତା ଓ ହୋଇ ହାତଧୁଆ ହେଉଥିବା,ଆବାସିକ ବିଦ୍ୟାଳୟ ଗୁଡ଼ିକର ଆନୁସାଙ୍ଗିକ ବ୍ୟବସ୍ତା ଏଭଳି ସମସ୍ତ କୋଭିଡ ନିୟମକୁ କାର୍ଯ୍ୟକାରୀ କରାଯାଇଛି ନା ନାହିଁ ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି।ଶ୍ରୀ ତରାଇ ରବିବାର ଦିନ କନ୍ଧମାଳରେ ପହଞ୍ଚି ପ୍ରଥମେ ଜିଲାର ଖଜୁରୀପଡ଼ା ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ ଆମ୍ବେଦକର ଦ୍ୱାଦଶ ବିଦ୍ୟାଳୟ ବୁଲି ଦେଖିବାପରେ ଦୁତିପଡ଼ା ସରକାରୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟକୁ ବୁଲିଦେଖିଥିଲେ ପରିବେଶକୁ ଦେଖି ଅତି ଆନନ୍ଦିତ ହୋଇଥିଲେ ଓ ପ୍ରଧାନ ଶିକ୍ଷକ ସୁକଦେବ ପ୍ରଧାନଙ୍କ ଆଲୋଚନା କରିଥିଲେ।ଏହାପରେ ଓଡିଶା ଆଦର୍ଶ ବିଦ୍ୟାଳୟ ମଧ୍ୟ ଦେଖିଥିଲେ।ସେହିଭଳି ଫୁଲବାଣୀର ବିଭିନ୍ନ ବିଦ୍ୟାଳୟ ମଧ୍ୟ ବୁଲି ଦେଖିଥିଲେ। ସୋମବାର ଦିନ ଟିକାବାଲି ଓ ଜି’ଉଦୟଗିରି ବ୍ଲକ ଗୁଡ଼ିକର ଅନେକ ବିଦ୍ୟାଳୟ ପରିଦର୍ଶନ କରିବା ସହିତ,ଜିଲାର ବିଭିନ୍ନ ଦ୍ୱାଦଶ ବିଦ୍ୟାଳୟ ବୁଲି ଦେଖିଥିଲେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମସ୍ତ ନିୟମକୁ ଠିକରେ ପାଳନ କରିବାକୁ ନିର୍ଦ୍ଦେଶ ଦେଥିଲେ ସେସରେ ଜିଲାପାଳ ଡ଼ଃ.ବୃନ୍ଦା ଡି ଙ୍କ ସହିତ ଆଲୋଚନା କରିଥିଲେ।ତାଙ୍କର ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ଜିଲା ଶିକ୍ଷା ଅଧିକାରୀ ବିକାଶ ଚନ୍ଦ୍ର ପ୍ରଧାନ,ଏଡିଓ ନିରୂପମା ଦୋରା,ବିଇଓ ଜଗନ୍ନାଥ ସାହାଣୀ,ରଞ୍ଜନ କୁମାର କହଁର ଉପସ୍ଥିତ ଥିଲେ।

ବୈଦ୍ୟନାଥ ବେହେରା- ଫୁଲବାଣୀ

Leave a Reply

Your email address will not be published. Required fields are marked *