ଆଇ.ଆଇ.ସି. ଙ୍କ ବଦଳି ଦାବିରେ ସମ୍ବାଦିକଙ୍କ ଧାରଣା ।
ଅସ୍ତରଙ୍ଗ- ପୁରୀ ଜିଲ୍ଲାର ଗୋପ ଥାନା ଆଇ.ଆଇ.ସି. ଙ୍କର ବଦଳି ଦାବିକରି ଥାନା ସମ୍ମୁଖରେ ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ଏକ ଧାରଣା ସୋମବାର ଦିନ ଅନୁଷ୍ଠିତ ହୋଇ ଯାଇଅଛି । ସଙ୍ଘ ସମ୍ପାଦକ ପୂର୍ଣଚନ୍ଦ୍ରନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଧାରଣାରେ ରାଜ୍ୟ ସଭାପତି ବିଭୁତି ଭୂଷଣ କର, ପୁରୀ ଜିଲ୍ଲା ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର,ଅକ୍ଷୟ ନାୟକ,ସଞ୍ଜୟ ପତି, କମଳ ଲୋଚନ ଦିକ୍ଷୀତୀ, ଦୁଃଶାସନ ନାୟକ,ଶରତ ପରିଡା,ସନ୍ତୋଷ ରାୟ, ପ୍ରମୁଖଙ୍କ ନତୃତ୍ୱରେ ଜିଲାର ଶତାଧିକ ସାମ୍ବାଦିକ ଗୋପ ଥାନା ସାମନାରେ ଧାରଣାରେ ବସିଥିଲେ ଓ ଗୋପ ପୋଲିସର ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ସମ୍ବଦରେ ବିଭିନ୍ନ ମନ୍ତ୍ୟବ ଦେଇଥିଲେ । ତାପରେ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ପୋଲିସ ଅଧିକାରୀ,ଉପଖଣ୍ଡ ପୋଲିସ ଅଧିକାରୀ ଜୟାଶିଷ୍ ମିଶ୍ର,ତହସିଲଦାର ଶରତ ପରିଡ଼ା ଧାରଣା ସ୍ତଳକୁ ଆସି ଏକ ପ୍ରତିନିଧିଦଳଙ୍କ ସହ ଆଲୋଚନା କରିବା ପାଇଁ କହିଥିଲେ। ସେହି ଅନୁଯାୟୀ,ରାଜ୍ୟ ସଭାପତି ବିଭୁତିଭୂଷଣ କରଙ୍କ ନେତୃତ୍ୱରେ 7ଜଣିଆ ମଣ୍ଡଳୀ ସହ ନିକଟ ଡାକ ବଙ୍ଗଳାରେ ଆଲୋଚନା କରାଯିବା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।ଆଲୋଚନା ପରେ ଅତିରିକ୍ତ ଆରକ୍ଷୀ ଅଧିକାରୀ ଧାରଣା ସ୍ଥଳକୁ ଆସି ଗଣମାଧ୍ୟମ ପ୍ରତିନିଧିଙ୍କ ସାମନାରେ ଗୋପ ଥାନା ଆଇ ଆଇ ସି ଙ୍କୁ 10 ଦିନ ଭିତରେ ସ୍ଥାନାନ୍ତରିତ କରାଯିବ ବୋଲି ଘୋଷଣା କରିବା ପରେ,ଆଗାମୀ 10ଦିନ ପାଇଁ ଧାରଣା ସ୍ଥଗିତ ରଖାଗଲା ବୋଲି ସଭାପତି ବି ଘୋଷଣା କରିଥିଲା ।ଯଦି ପୋଲିସ ପ୍ରଶାସନ ଏଥିରୁ ନିବୃତ୍ତ ରୁହେ ,ତାହେଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସଂଘ ଚେତାବନୀ ଦେଇଥିଲା । ଧାରଣା ପୂର୍ବରୁ ଗୁଳି ଫୁଟାଇବାକୁ ଧମକ ଦେଇ ଥିବା ଆଇ ଆଇ ସି ଙ୍କ ବିରୁଦ୍ଧରେ ରାଲି ଗୋପ ବଜ଼ାର ପରିକ୍ରମା କରିଥିଲା । ଏଥିରେ ଭୁବନେଶ୍ୱର ଜିଲ୍ଲା ସଭାପତି ପ୍ରତାପ ପ୍ରଧାନ,ବାଲିପାଟଣା ବ୍ଲକ ସଭାପତିତ୍ଵ ଶ୍ରୀଯୁକ୍ତ ଓଝା,ନିରଞ୍ଜନ ଦାସ ,ଲୋକନାଥ ସ୍ଵାଇଁ, ହାପି ବେହେରା,ମାନସ ଖଣ୍ଡୁଅଳ,ଭାଗିରଥି ସ୍ଵାଇଁ,ପ୍ରତାପ ମହାନ୍ତି,ମହେଶ୍ୱର ସାମଲ ପ୍ରମୁଖ ନିଜ ନିଜର ମତ ପ୍ରଦାନ କରିଥିଲେ ।
ପୁରୀ ଅସ୍ତରଙ୍ଗରୁ ଶରତ କୁମାର ପରିଡା ।
