ମୁନିଗୁଡ଼ା ସ୍ନାତକ ମହାବିଦ୍ୟାଳୟରେ ନୂଆଁ ଓଡ଼ିଶା କାର୍ଯ୍ୟକ୍ରମ

ରାୟଗଡା-(୨୨/୧୧) – ମୁନିଗୁଡ଼ା ସ୍ନାତକ ମହାବିଦ୍ୟାଳୟ ପରିସରରେ ନୂଆ -ଓଡ଼ିଶା( ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ପରିଚାଳନା ସଭାପତି ତଥା ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ପରିଡ଼ାଙ୍କ କାରକମଳରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି।ମୁଖ୍ୟ ନୋଡ଼ାଲ ଅଫିସର ଅଧ୍ୟାପକ ଶ୍ରୀ ବିରାଟ କିଶୋର ପଣ୍ଡାଙ୍କ ପରିଚାଳନାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ହୃଷିକେଶ ଜାଲି ପୌରୋହିତ୍ୟ କରିଥିଲେ।ନୋଡ଼ାଲ ଅଫିସର ଶ୍ରୀ ପଣ୍ଡା ନୂଆ-ଓଡ଼ିଶା କାର୍ଯ୍ୟକ୍ରମ ସମ୍ପର୍କରେ ବିଶଦ ବିବରଣୀ ଉପସ୍ଥାପନ କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ପରିଡ଼ା ନୂଆ ଓଡ଼ିଶା ଗଠନରେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଭୂୟଶୀ ପ୍ରଶଂସା କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ନିଜର ପ୍ରତିଭାର ବିକାଶ କରିବାର ସୁଯୋଗ ନେବାକୁ ପରାମର୍ଶଦେଇଥିଲେ ।ଅଧ୍ୟକ୍ଷ ଶ୍ରୀ ଜାଲି ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷା ଓ ଦକ୍ଷତାର ବିକାଶ ସହ କ୍ରୀଡ଼ା, ସାଂସ୍କୃତିକ ଓ ସମାଜ ସଚେତନତାରେ ସେମାନଙ୍କ ଭୂମିକା ରହିବା ଆବଶ୍ୟକତା ବିଷୟରେ ବୁଝାଇଥିଲେ ।

କ୍ରୀଡ଼ା ସଙ୍ଗଠକ ଅଧ୍ୟାପକ ଶ୍ରୀ ରଜନୀକାନ୍ତ ମିଶ୍ର,ସଂସ୍କୃତି ସଙ୍ଗଠକ ଡ଼ଃ ରାମନାଥ ମହାପାତ୍ର ଓ ସାମାଜିକ ସଙ୍ଗଠକ ଶ୍ରୀ ରମାକାନ୍ତ ଚିଂଛୁଆଣୀ ଉଦବୋଧନ ଦେଇ ଛାତ୍ରଛାତ୍ରୀ ମାନେ ନିଜ ନିଜର ପାରଦର୍ଶିତା ପ୍ରଦର୍ଶନ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ।ଅଧ୍ୟାପକ ଅସିତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିବା ସହ ଆଜିର ପ୍ରତିଯୋଗିତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ମନୋରମା ମହାପାତ୍ର, ଅଧ୍ୟାପକ ବିଶ୍ୱନାଥ ନାୟକ, ଅଧ୍ୟାପିକା ଋତୁ କାଟି, ଅଧ୍ୟାପକ ଗୋଲୋକ ସ୍ବାଇଁ ,ଅଧ୍ୟାପିକା ପ୍ରମିତା ଗୌଡ଼ ଉପସ୍ଥିତ ରହି ସେମାନଙ୍କୁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ପ୍ରଦାନ କରିବା ସହ ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମକୁ ଭୂୟଶୀ ପ୍ରଶଂସା କରିଥିଲେ।

ରାୟଗଡ଼ାରୁ ନୀଳାମ୍ବର ମିଶ୍ର ରିପୋର୍ଟ

Leave a Reply

Your email address will not be published. Required fields are marked *