ରାଜ୍ୟ ସରକାର ଙ୍କ ଦୁର୍ନୀତି ବିରୁଦ୍ଧ ରେ ବିଜେପି ତରଫ ରୁ ରାଇକିଆ ବ୍ଲକ ଘେରାଉ
ରାଇକିଆ, ତାରିଖ 22/11/23 କଂଧମାଳ ଜିଲ୍ଲା ରାଇକିଆ ବ୍ଲକ ମଣ୍ଡଳ ସଭାପତି ନାରାୟଣ ପାତ୍ର ଙ୍କ ନେତୃତ୍ୱ ରେ ଆଜି ରାଇକିଆ ବ୍ଲକ ର 12 ଗୋଟି ପଂଚାୟତ ର ଶହ ଶହ ଜନସାଧାରଣ ମାଲାଞ୍ଚଳ ଛାତ୍ରାବାସ ଠାରୁ ପଂଚାୟତ ସମିତି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭା ଯାତ୍ରା ରେ ବାହାରି ନବୀନ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ବ୍ୟଭିଚାର, ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ନାରୀ ନିର୍ଯ୍ୟାତନା, ପାଇଖାନା ଦୁର୍ନୀତି, ଚିଟଫଣ୍ଡ ଦୁର୍ନୀତି, ଦାଦନ ସମସ୍ୟା, ରାସନ କାର୍ଡ ଦୁର୍ନୀତି, ଭତ୍ତା ଦୁର୍ନୀତି ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ,କେନ୍ଦ୍ରୀୟ ଯୋଜନା ର ବାଟମାରଣା ,ଚାଷୀ ମାରଣା ନୀତି, ଜଳ ସେଚନ ବ୍ୟବସ୍ଥା ରେ ଦୁର୍ନୀତି ବିରୁଦ୍ଧରେ କନ୍ଧମାଳ ଜିଲ୍ଲା ବିଜେପି ତରଫରୁ ଜି .ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଇକିଆ ବ୍ଲକ ଘେରାଉ କରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ବିଜେପି ନେତା କର୍ମୀ ମାନେ ବ୍ଲକ ଘେରାଉ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଉପ ସଭାପତି ରଶ୍ମି ରେଖା ପଟ୍ଟନାୟକ ଓ ଫୁଲବାଣୀ NAC ଅଧକ୍ଷା ସ୍ମିତା ରାଣୀ ମହାନ୍ତି ,ଜିଲ୍ଲା obc ମୋର୍ଚ୍ଚା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ଲେଙ୍କା,ଜିଲ୍ଲା ସାଧାରଣ ସମ୍ପାଦକ ତଥା ବ୍ଲକ ଘେରାଉ ଜିଲ୍ଲା ସଂଯୋଜକ ମାନ ଗୋବିନ୍ଦ ପ୍ରଧାନ,ନାରାୟଣ ପ୍ରସାଦ ମହାନ୍ତି,ଜିଲ୍ଲା କାର୍ଯ୍ୟକର୍ତ୍ତା ଶରତ ପ୍ରଧାନ,ମଣ୍ଡାସରୁ ମଣ୍ଡଳ ସଭାପତି ବିରେନ୍ଦ୍ର ପ୍ରଧାନ,ତାପସ ପ୍ରଧାନ ଙ୍କ ସହିତ ଶତାଧିକ ମହିଳା ପୁରୁଷ ଓ ବିଜେପି କର୍ମକର୍ତ୍ତା ସାମିଲ ହୋଇ ବିଭିନ୍ନ ପଂଚାୟତ ରୁ ଆସିଥିବା ଅଭିଯୋଗ ପତ୍ର ଗୁଡିକ ରାଇକିଆ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ପ୍ରଦାନ
ରିପୋର୍ଟ ପ୍ରଦାନ ନୃସିଂହ ଚରଣ ଦାଶ, reporter
