ମାରଣା ଷଣ୍ଢ ଆକ୍ରମଣରେ ଜଣେ ମୃତ
ଭଦ୍ରକ: ମାରଣା ଷଣ୍ଢ ଆକ୍ରମଣରେ ଜଣେ ମୃତ,ଜଣେ ଗୁରୁତର ଗୋଟେ ଜୀବନ ନେଲା ପରେ ମାରଣା ଷଣ୍ଡକୁ କାବୁ କଲା ଦମକଲ ବାହିନୀ, ସୂଚନା ଅନୁସାରେ ଆଜି ସକାଳେ ଜଣେ ବୟସ୍କା ମହିଳାଙ୍କୁ ଆକ୍ରମଣ କରି ମାରି ଦେବା ପରେ ଅନ୍ଯ ଜଣେ ମହିଳା ମାରଣା ଷଣ୍ଢ ଆକ୍ରମଣରେ ଗୁରୁତର ହୋଇ ମେଡିକାଲରେ ଚିରିତ୍ସିତ ହେଉଛନ୍ତି | ପରେ ପୁଲିସ ଉପସ୍ଥିତିରେ ଦମକଲ ବାହନୀ ଆସି ମାରଣା ଷଣ୍ଢଟିକୁ କାବୁ କରିବାରେ ସଫଳ ହୋଇଛି,ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ପଥରଆଡ଼ି ଗ୍ରାମରେ | ମୃତକ ଜଣକ ୭୩ ବର୍ଷୀୟ ଶାନ୍ତିଲତା ପଣ୍ଡା ହୋଇଥିବା ବେଳେ ସେ ସକାଳୁ ଫୁଲ ତୋଳିବାକୁ ଆସି ଷଣ୍ଢ ଆକ୍ରମଣର ଶୀକାର ହୋଇଥିଲେ |
ଭଦ୍ରକ ପୁନିଲ କୁମାର ସାମନ୍ତ ରିପୋର୍ଟ, ଭଦ୍ରକ
