କାର ସହ ୩୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ ।

ଫୁଲବାଣୀ:-୨୮/୦୭- କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଦୁତିପଡ଼ା ପଞ୍ଚାୟତ ବାରପୂଲିଆଠାରେ ଏକ ଧଳା ରଙ୍ଗର ସ୍ଵିପଡିଜାର କାର
ଓଡ଼ି ୦୨ ପିବି ୯୪୨୨ ରୁ ୩୦ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ଏଥିରେ ସଂପୃକ୍ତ ସୁସୁଲି ପାଙ୍ଗା ଗ୍ରାମର ରାହୁଲ ଦିଗାଲ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ଅବକାରୀ ବିଭାଗ। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ କର୍ମଚାରୀମାନେ ବାରପୁଳିଆଠାରେ ଛକି ବସିଥିଲେ। ଆଉ କାରକୁ ଅଟକାଇ ଯାଞ୍ଚକଲାବେଳେ କାର ଭିତରୁ ଗଞ୍ଜେଇ ମିଳିଥିଲା। ଏହି ଗଞ୍ଜେଇ ସବୁ ଭୁବନେଶ୍ଵରକୁ ଚୋରା ଚାଲାଣ କରାଯାଉଥିବା ଅବକାରୀ ବିଭାଗକୁ ରାହୁଲ କହିଛି ।

ବୈଦ୍ୟନାଥ ବେହେରା – ଫୁଲବାଣୀ ।

Leave a Reply

Your email address will not be published. Required fields are marked *