ନୃସିଂହ ଚରଣ ଦାଶଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ଡ଼ିମିରିସେଣା ଗ୍ରାମ ପଚାଂୟତ ଅନ୍ତର୍ଗତ ହୁବାସାହି ଗ୍ରାମର ଚ଼ାରି ଥର ସରପଂଚ ପଦ ଅଳଙ୍କ୍ରୁତ କରିଥିବା ସ୍ଵର୍ଗତ ନୃସିଂହ ଚରଣ ଦାଶଙ୍କ ଦଶାହ ଅବସରରେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାସୁମନ ଅର୍ପଣ ସହିତ ସ୍ଵର୍ଗତ ନୃସିଂହ ଚରଣ ଦାଶଙ୍କ ସ୍ମରଣୀକା ଉନ୍ମୋଚନ କରିଥିଲେ। ସ୍ଵର୍ଗତ ଦାଶ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ରୂପେ ବ୍ରହ୍ମଗିରି ବ୍ଲକର ଘରେ ଘରେ ପରିଚ଼ିତ ଥିଲେ। ତାଙ୍କର ବିୟୋଗରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଏକ ବିରାଟ ଶୂନ୍ୟସ୍ଥାନ ସହିତ ଯୁବକମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଶ୍ରୀ ଦାସବର୍ମା କହିଛନ୍ତି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ବ୍ରହ୍ମଗିରି ବ୍ଲକର ପ୍ରତିନିଧି କୃଷ୍ଣଚ଼ନ୍ଦ୍ର ରାଉତ, ଜିଲ୍ଲା ପରିଷଦ ସଭ୍ଯ କୈଳାଶ ପରିଡ଼ା, କରୁଣାକର ବେହେରା, ଡ଼ିମିରିସେଣା ଗ୍ରାମ ପଚାଂୟତର ସରପଂଚଙ୍କ ପ୍ରତିନିଧି ଦେବାଶିଷ ପଟ୍ଟନାୟକ,ଭରତ ସ୍ଵାଇଁ,ପଂଚାୟତ ସଭାପତି ପର୍ଶୁରାମ ପ୍ରଧାନ,କୃଷକ ନେତା ଦୁର୍ଗାମାଧବ ତ୍ରିପାଠୀ,କାଣ୍ଡଗୋଦା ପଂଚାୟତର ସରପଂଚଙ୍କ ପ୍ରତିନିଧି ଅକ୍ଷୟକୁମାର ପ୍ରଧାନ, ସଭାପତି ନିଳମଣୀ ଭଟ୍ଟାଚାର୍ଯ୍ୟ, ପୂଜ୍ୟ ଗୁରୁଜୀ ବିଭୂ ଦାଶ, ଭିକାରୀ ଚରଣ ଜେନା, ସରପଂଚ ରମେଶ ପ୍ରଧାନ, ସଂଗଠକ କିର୍ତ୍ତୀବିର୍ଯ୍ୟ ସ୍ଵାଇଁ, ବରିଷ୍ଠ ବିଜେପି ନେତା ଜଗନ୍ନାଥ ବାରିକ, କେଶବ ସାହୁ, ବିରାଟ ସାହୁ ତଥା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ସମସ୍ତ ରାଜନୈତିକ ଦଳର ନେତୃମଣ୍ଡଳି ଏବଂ ଶୁଭେଚ୍ଛୁମାନେ ଉପସ୍ଥିତ ହୋଇ ସ୍ଵର୍ଗତ ନୃସିଂହ ଚରଣ ଦାଶଙ୍କୁ ଶ୍ରଦ୍ଧାଞ୍ଜଳି ସହିତ ମହାନ୍ ଆତ୍ମାର ବୈକୁଣ୍ଠ ପ୍ରାପ୍ତି ପାଇଁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Leave a Reply

Your email address will not be published. Required fields are marked *