ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ “ମୋ କଲେଜ ଅଭିଯାନ” କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି
ଭଦ୍ରକ: ୨୮/୭:- ଭଦ୍ରକ କଲେଜର ପୁରାତନ ଛାତ୍ର ତଥା ସଫ୍ଟୱେର ଇଂଜିନିୟର ନିର୍ମାଲ୍ୟ ମହାକୁଡ଼ଙ୍କ ପ୍ରଚେଷ୍ଟାରେ ଏକ କ୍ୟାରିୟର ବିଲଡିଂ କାର୍ଯ୍ୟକ୍ରମ online ମାଧ୍ୟମରେ ଆରମ୍ଭ କରାଯାଇଛି ।ସାରା ବିଶ୍ୱରେ ନା କମାଇଥିବା ପ୍ରଖ୍ୟାତ ବୈଜ୍ଞାନିକ ଡ଼ .ନୁସରତ ସଂଘମିତ୍ରା ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କର ଉନ୍ନତ ଭବିଷ୍ୟତ ଗଠନ କରିବାର ମାର୍ଗଦର୍ଶନ କରାଇବା ସହ ଛାତ୍ରଛାତ୍ରୀ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ଛାତ୍ରଛାତ୍ରୀମାନେ ବିଜ୍ଞାନ କ୍ଷେତ୍ରରେ ଆଗାମୀ ଦିନରେ କିପରି ଭାବେ ସେମାନଙ୍କ ଭବିଷ୍ୟତ ଗଠନ କରିପାରିବେ ସେ ଦିଗରେ ବିଭିନ୍ନ ଉପାୟ ବତେଇଥିଲେ। ଛାତ୍ରଛାତ୍ରୀମାନେ ତାଙ୍କ ଗହଣରେ ଏପରି ଜଣେ ବୈଜ୍ଞାନିକଙ୍କୁ ପାଇ ପ୍ରେରଣା ପାଇବା ସହିତ ନିଜ ନିଜର ଭବିଷ୍ୟତ ଗଠନ ପାଇଁ ବିଭିନ୍ନ ପ୍ରଶ୍ନ ପଚାରି ସେମାନଙ୍କର ଉତ୍ତର ପାଇଥିଲେ । ଏହିଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ କରିବାକୁ ଛାତ୍ରଛାତ୍ରୀମାନେ ଦାବି ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାରେ ଥିବା ଏବି କଲେଜ ବାସୁଦେବପୁର , ବିରଞ୍ଚିନାରାୟଣ କଲେଜ ପାଳିଆ,ଚାନ୍ଦବାଲି କଲେଜ,ଧାମନଗର କଲେଜ ଏବଂ ଓ଼ମେନ୍ସ କଲେଜ ଭଦ୍ରକ ଏବଂ ଜିଲ୍ଲା ବାହାରର ବିଭିନ୍ନ କଲେଜର ୧୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀମାନେ ଉକ୍ତ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମଟି ପ୍ରତ୍ୟକ କଲେଜର ପ୍ରିନସିପାଲ ଏବଂ ମୋ କଲେଜ ଅଭିଯାନରେ ନିୟୋଜିତ ଥିବା ଅଧ୍ୟାପକ ଏବଂ ଅଧ୍ୟାପିକା ମାନଙ୍କ ସହାୟତାରେ ସଫଳ ହୋଇଥିଲା ବୋଲି ଆୟୋଜକ ନିର୍ମାଲ୍ୟ ମହାକୁଡ଼ କହିଛନ୍ତି । ଭଦ୍ରକ କଲେଜର କେମିଷ୍ଟ୍ରି ବିଭାଗର ମୁଖ୍ୟ ପ୍ରଫେସର ଲକ୍ଷ୍ମୀକାନ୍ତ ନାୟକ ଅତିଥି ପରିଚୟ ପ୍ରଦାନ କରିବା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ଦିନରେ କଳା ଏବଂ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଠନ ପାଇଁ ମଧ୍ୟ ଏହିଭଳି କାର୍ଯ୍ୟକ୍ରମ କରାଯିବ ବୋଲି ଆୟୋଜକ ନିର୍ମାଲ୍ୟ ମହାକୁଡ଼ ପ୍ରତିଶ୍ରୁତି ଦେଇଛନ୍ତି ।
ରିପୋର୍ଟ:-ପୁନିଲ କୁମାର ସାମନ୍ତ।
