ପଞ୍ଚକ ମହୋତ୍ସବର ଚତୁର୍ଥ ସଂଧ୍ୟା
ହରିକଥା ଶ୍ରବଣରେ ମଜିଲେ ଶ୍ରଦ୍ଧାଳୁ ପୁରୀ,୨୬/୧୧- ପଞ୍ଚକ ମହୋତ୍ସବ କମିଟି ପକ୍ଷରୁ ବଳଗଣ୍ଡି ସ୍ଥିତ ମା ମାଉସୀମାଙ୍କ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମର ଚତୁର୍ଥ ସଂଧ୍ୟାରେ ହରିକଥା ଶ୍ରବଣରେ ମଜିଲେ ଶ୍ରଦ୍ଧାଳୁ । ଏହା ସହ ହରି ନାମ ସଂକୀର୍ତ୍ତନ ଓ ଭଜନ ପରିବେଷଣ ଯୋଗୁଁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ରାଜ୍ଯ ବିଜେଡିର ଯୁବ ଉପସଭାପତି ଶୁଭାଶିଷ ଖୁଣ୍ଟିଆ , ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ବିନୋଦ କୁମାର ପଣ୍ଡା , ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା ଅତିଥି ଭାବେ ଯୋଗ ଦେଇ ଶ୍ରୀଜଗନ୍ନାଥ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କହିଲେ କାର୍ତ୍ତିକ ମାସର ପଞ୍ଚକ ପାଞ୍ଚଦିନର ମାହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅତିଥି ମାନଙ୍କ ଦ୍ବାରା ପ୍ରବକ୍ତା ନିର୍ମଳା ଫତେସିଂଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ମହୋତ୍ସବ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଜଗନ୍ନାଥ ଦାସ ମହାପାତ୍ର, ,କାର୍ଯ୍ଯକାରୀ ସଭାପତି ସମ୍ପାଦକ ମଧୁସୂଦନ ମିଶ୍ର,ମହୋତ୍ସବ କମିଟିର ସାଧାରଣ ସମ୍ପାଦକ ରାମଚନ୍ଦ୍ର ଦୋରା,ବିଶ୍ବନାଥ ଜଗଦେବ ପ୍ରମୁଖ ମଞ୍ଚାସିନ ଥିଲେ । ମହୋତ୍ସବ କମିଟିର ସଭାପତି ଆର୍ତ୍ତତ୍ରାଣ ତ୍ରିପାଠୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ସାଂସ୍କୃତିକ କମିଟିର ଅଧ୍ୟକ୍ଷ ବିଶ୍ବନାଥ ମିଶ୍ର ସଭା ପରିଚାଳନା କରିବା ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ।କାର୍ଯ୍ଯକାରୀ ସଭାପତି ବୀରେନ୍ଦ୍ର କୁମାର ଶାସ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ଜ୍ୟୋତିପ୍ରକାଶ ଜେନା ,ତ୍ରିଲୋଚନ ରଥ,ବିଜୟକୃଷ୍ଣ ଦାସ, ରଘୁନାଥ ମହାନ୍ତି,ଗୋପୀନାଥ ମହାନ୍ତି , ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ କାଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ରାଧେ ରାଧେରେ କମ୍ପି ଉଠିଥିଲା ମାଉସୀମାଙ୍କ ପୀଠ ପରିସର । ଶ୍ରୀ କଳା ନିକେତନ ପୁରୀ ପକ୍ଷରୁ ଆଧ୍ୟାତ୍ମିକ ନୃତ୍ଯ ପରିବେଷଣ କରାଯାଇଥିଲା । ଶ୍ରୀଟିକାମାଳ, ହର ହର ଶଙ୍କର,ନବଦୁର୍ଗା, ରାଧାକ୍ରିଷ୍ଣା, ସୁରଜମୁଖୀ, ପ୍ରମୁଖ ନୃତ୍ଯ ପରିବେଷଣ କରିଥିଲେ । ଗୁରୁ ରୋଜାଲିନ ମହାନ୍ତିଙ୍କ ନିର୍ଦ୍ଦେଶନାରେ ତେଜସ୍ବନୀ ତ୍ରିପାଠୀ, ସ୍ନେହାସିଗ୍ନଧା ମହାନ୍ତି,ବିଶ୍ବରୂପା ଦାସ,ଆଦ୍ଯାଶା ପାତ୍ର,ଅବନ୍ତିକା ଦାସ, ସାଇଲିନ ଦାସ,ସ୍ନେହଲତା ପାଢୀ,ପ୍ରୀୟାଂଶୀ ପ୍ରଧାନ, ଟିତିକ୍ଷା ତନୟା, ନିଲ୍ରିପ୍ତା ମହାନ୍ତି, ସାଇନନ୍ଦିନୀ ମହାପାତ୍ର, ଶ୍ରେୟା ସିନ୍ଧୁଜା ଜେନା,ମାମା ରାଉତ ପ୍ରମୁଖ କଳାକାର ମାନେ ନୃତ୍ଯ ପରିବେଷଣ କରିଥିଲେ । ପ୍ରବକ୍ତା ନିର୍ମଳା ଫତେସିଂ ହରିକଥା ସମ୍ପର୍କରେ ଆର୍ଶୀବଚନ ପ୍ରଦାନ କରିଥିଲେ । ଶେଷରେ ପୁରୀ ଲୋକନାଥ ରୋଡର ଲିଟିଲ ଷ୍ଟାର ଡ୍ଯାନ୍ସ ଗ୍ରୁପ ପକ୍ଷରୁ ଡ୍ଯାନ୍ସ ଡ୍ରାମା ଓ ନୃତ୍ଯ ପରିବେଷଣ କରାଯାଇଥିଲା । ସନ୍ତୋଷ କୁମାର ବିଶ୍ବାଳ (ପିୟୁଷ)ଙ୍କ ନିର୍ଦ୍ଦେଶନାରେ ଗୀତିନାଟ୍ୟ ଏକଲବ୍ଯର ଗୁରୁଦକ୍ଷିଣା, ସମ୍ବଲପୁରୀ,ଭଜନନୃତ୍ଯ ଓ ହେ ସାରଥୀ ପ୍ରମୁଖ ନୃତ୍ଯ କଳାକାର ମାନଙ୍କ ଦ୍ବାରା ପରିବେଷଣ ହୋଇଥିଲା । ଭରତ ନାୟକ ମଞ୍ଚ ପରିଚାଳନା କରିଥିଲେ । ଶତାଧିକ ଦର୍ଶକ ଓ ଶ୍ରୋତା ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
